କେନ୍ଦୁଝର ୭-୧୧ (ଓଡ଼ିଆ ପୁଅ) ନିର୍ଦ୍ଧାରିତ ସମୟ ପୂର୍ବରୁ ସ୍କୁଲ ଛୁଟି କରି ଦେଇଥିବାରୁ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ସ୍ୱାମ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଭିବାବକ ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେବା ସହିତ ସ୍କୁଲ ସମ୍ମୁଖରେ ଉତ୍ତେଜନା ଦେଖାଦେଇଥିଲା ବୁଧବାର ସ୍କୁଲ ରେ ଶାନମାଷିକ ପରୀକ୍ଷା ଚାଲିଥିଲା ପରୀକ୍ଷା ସରିବା ପରେ ସ୍କୁଲ କତ୍ତୃପକ୍ଷ ବିଦ୍ୟାଳୟ କୁ ସମ୍ପୂର୍ଣ୍ଣ ବନ୍ଦ କରି ଦେଇଥିଲେ। ଫଳରେ ସ୍କୁଲ ସମ୍ମୁଖ ଅଭିଭାବକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେବା ସହିତ ଉତ୍ତେଜନା ଦେଖା ଦେଇଥିଲା ଖବର ପାଇ ପାଟଣା ଏ, ବି, ଇ, ଓ ନରତ୍ତମ ସାହୁ ସିଆରସିସି ପ୍ରୋମଦ କୁମାର ମହାନ୍ତ ଘଟଣା ସ୍ଥଳରେ ପହଞ୍ଚି ଅଭିଭାବକ ମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣ ରହିଥିଲା।କିନ୍ତୁ ଅଭିବାବକ ମାନେ ନିଜ ଜିଦ ରେ ଅଟଳ ରହି କାର୍ଯ୍ୟରେ ଅବହେଳା କରିଥିବା ଶିକ୍ଷକ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ଦାଇତ୍ୱ ରେ ଅବହେଳା କରିଥିବା କର୍ମଚାରୀ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର ପ୍ରତିଶୃତି ପାଇବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।ଏ ସମ୍ପର୍କରେ ପାଟଣା ଗୋଷ୍ଠି ଶିକ୍ଷାଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ଅମାତ ଙ୍କୁ ପଚାରିବାରୁ ଅବହେଳା କରିଥିବା ସମସ୍ତ କର୍ମଚାରୀ ଙ୍କୁ କାରଣ ଦର୍ଶାଅ ନୋଟିସ ପାଇଁ ନିର୍ଦ୍ଦେଶ ଦିଆ ଯିବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ଖୁବ ଶୀଘ୍ର ତଦନ୍ତ କରି ଅବହେଳା କରିଥିବା କର୍ମଚାରୀଙ୍କ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅଭିଭାବକ ମହଲରେ ଦାବି ହୋଇଛି।