Odiapua.com

ନିର୍ଣ୍ଣୟ ହୋଇ ସାରିଛି; କେବଳ ଘୋଷଣା ବାକି ଅଛି: ବେଦାନ୍ତି

ନୂଆଦିଲ୍ଲୀ: ରାମ ଜନ୍ମଭୂମି ନ୍ୟାସ ସଦସ୍ୟ ତଥା ବିଶ୍ୱ ହିନ୍ଦୁ ପରିଷଦ ମାର୍ଗ ଦର୍ଶକ ମଣ୍ଡଳୀ ସଦସ୍ୟ ଡଃ: ରାମ ବିଳାଶ ବେଦାନ୍ତି କହିଛନ୍ତି ରାମ ଜନ୍ମଭୂମି ଉପରେ ନିର୍ଣ୍ଣୟ ହୋଇ ସାରିଛି।କେବଳ ଘୋଷଣା ବାକି ଅଛି।ବେଦାନ୍ତି କହିଛନ୍ତି, ଯେଉଁ ସ୍ଥାନରେ ଭଗବାନ ଶ୍ରୀରାମଙ୍କ ଜନ୍ମ ହୋଇଥିଲା, ସେହି ସ୍ଥାନରେ ଭବ୍ୟ ମନ୍ଦିର ନିର୍ମାଣ ହେବ।ଏବଂ ମନ୍ଦିରର ୮୪ କୋଷି ପରିକ୍ରମା ମଧ୍ୟରେ କୌଣସି ବି ମସ୍ଜିଦ୍ ନିର୍ମାଣ ହେବ ନାହିଁ।