Odiapua.com

ନିରାଶ୍ରୟ ବୃଦ୍ଧା ମା’ ର ଆଶାବାଡି ସାଜିଲା ଭଦ୍ରକର ସହୀଦ ଭଗତ ସେନା

ଭଦ୍ରକ, ୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୃଦ୍ଧା ମା’ ଜଣଙ୍କ ବାତ୍ୟା ପରେ ଦିଗହରା ହୋଇପଡିଛନ୍ତି । ତାଙ୍କର ନିଜର ବୋଲି କେହି ନାହାଁନ୍ତି । ବୃଦ୍ଧା ମା’ ଜଣଙ୍କ ହଳଦିଡିହ ବାଇପାସ୍ ଛକ ନିକଟରେ ଅବହେଳିତ ହୋଇ ପଡିରହିିଥାନ୍ତି । ଏହି ଖବର ଭଗତ ସେନା ପରିବାର ଶୁଣିବା ପରେ ପୁରୁଣାବଜାର ଥାନା ସହଯୋଗରେ ତାଙ୍କ ପାଖରେ ଯାଇ ପହଞ୍ôଚଥିଲେ । ସେଠାରୁ ତାଙ୍କୁ ଆଣି ବୃଦ୍ଧା ଆଶ୍ରମରେ ଛାଡିଥିଲେ । ଏଥିରେ ଭଗତ ସେନା ପରିବାରର ସଦସ୍ୟ ହେମନ୍ତ ମହାପାତ୍ରଙ୍କ ସହ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ପୁଲିସ୍ ସହାୟତାରେ ବୃଦ୍ଧାଙ୍କୁ ଆଣି ଆଶ୍ରମରେ ଛାଡି ଭଲମନ୍ଦ ପଚରା ଉଚୁରା କରି ବୁଝିଥିଲେ । ଭଗତ ସେନା ସଦାସର୍ବଦା ଅସହାୟଙ୍କ ପାଖରେ ତୁରନ୍ତ ପହଞ୍ôଚ ସହଯୋଗ କରୁଥିବାରୁ ବିଭିନ୍ନ ମହଲରୁ ପ୍ରଶଂସା ମିଳୁଛି ।