Odiapua.com

ନିରାକାର ଜେନା ଥିଲେ ପେଶାରେ ଓକିଲ, ନିଶାରେ ରାଜନେତା- ଭଦ୍ରକ ଓକିଲ ସଂଘ

ଭଦ୍ରକ, ୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ର ଜଣେ ଜଣାଶୁଣା ସିପିଆଇଏମ ନେତା ତଥା ବରିଷ୍ଠ ଅଧିବକ୍ତା ନିରାକାର ଜେନା ଙ୍କ ସ୍ମୃତି ଚାରଣ ସଭା ଭଦ୍ରକ ଓକିଲ ସଂଘ ପକ୍ଷରୁ ଭଦ୍ରକ କୋର୍ଟ ପରିସରରେ ସଂଘ ସଭାପତି ବରିଷ୍ଠ ଆଇନଜୀବୀ ବସନ୍ତ ଦାସ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଶୋକସଭା ପ୍ରାରମ୍ଭରେ ଭଦ୍ରକ ର ମାନ୍ୟବର ଜିଲ୍ଲା ଜଜ୍ ସଂଗ୍ରାମ କେଶରୀ ପଟ୍ଟନାୟକ ଙ୍କ ସମେତ ସମସ୍ତ ବିଚାର ବିଭାଗୀୟ ପଦାଧିକାରୀ,ମୋହରିର ସଂଘ, ବିଚାର ବିଭାଗୀୟ ପଦାଧିକାରୀ ଓ କର୍ମଚାରୀ ମାନେ ଯୋଗଦେଇ ୨ ମିନିଟ ନିରବତା ଅବଲମ୍ବନ କରି ଶ୍ରୀଯୁକ୍ତ ଯେନା ଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ କରିବା ପରେ ଉକ୍ତ ସଭାରେ ଅଗଣିତ ଅଧିବକ୍ତା ଓକିଲ ସଂଘର ସଂପାଦକ ସୂର୍ଯ୍ୟକାନ୍ତ କୁଅଁର, ଗିରିଧାରୀ ନାଥ, ପବନ ଶର୍ମା, ପର୍ଶୁରାମ ଦ୍ୱିବେଦୀ, ବିଷ୍ଣୁ ମହାପାତ୍ର, ଶଶି ଭୂଷଣ ପଣ୍ଡା, ରଞ୍ଜନ ନାୟକ, ଦିବ୍ୟସିଂହ ନାୟକ, ପ୍ରଫୁଲ୍ଲ ସାମଲ, ଯୁବ ଆଇନଜୀବୀ ବିକାଶ ନାଥ, ପୂର୍ଣ୍ଣ ମହାନ୍ତି, ପ୍ରଫୁଲ୍ଲ ପାଢୀ, ଶ୍ରୀକାନ୍ତ ବିଶ୍ୱାଳ, କରୁଣାକର ଦାସ, ମାଧ ଦାସ, ଜିତେନ ପଣ୍ଡା, ଶରତ ମହାକୁଡ, ସେକ୍ ଜାମିଲ ଅହମ୍ମଦ, ଅବଦୁଲ ଇସ୍ତାର, ନାରାୟଣ ମହାପାତ୍ର, ଗଦାଧର ବଳ, ଓକିଲ ସଂଘ ର ଉପସଭାପତି ଦୀପକ ସାହୁ, ନିକୁଞ୍ଜ ପୂହାଣ,କିଶୋର ବଳ, ସୁକାନ୍ତ ସେଠୀ, ବିନୋଦ ସାହୁ, ରାଜକିଶୋର ଦାସ,ସନ୍ତୋଷ ଆଚାର୍ଯ୍ୟ, ମନୋରଞ୍ଜନ ଦାସ,ମୋହରିର ସଂଘର ସଂପାଦକ ରାମଚନ୍ଦ୍ର ନାୟକ ସେମାନଙ୍କ ବକ୍ତବ୍ୟ ମାଧ୍ୟମରେ ଭଦ୍ରକ ଓ ଭଦ୍ରକ ବାହାରେ ଓକିଲାତି କରି ନିରାକାର ଜେନା କିପରି ଭଦ୍ରକ ଗାରିମାର ଅଧିକାରୀ ଥିଲେ, ସେ ସଂପର୍କରେ ବିଶଦ ଭାବେ ଆଲୋଚନା କରିଥିଲେ । ଭଦ୍ରକ ର ପୂର୍ବତନ ନଗରପାଳ ଭାବେ ତାଙ୍କ ପ୍ରଗତିମୂଳକ କାର୍ଯ୍ୟ ସଂପର୍କରେ ଆଲୋଚନା କରିଥିଲେ । ଭଦ୍ରକ ଓକିଲ ସଂଘର ସେ ଥରେ ସଭାପତି ନିର୍ବାଚିତ ହୋଇଥିଲେ ଓ ୧୨ ବର୍ଷ ଓକିଲ ସଂଘର ସଂପାଦକ ଥିବା ବେଳେ ବହୁ କନିଷ୍ଠ ଓକିଲଙ୍କୁ ସେ ସାହାଯ୍ୟ କରୁଥିଲେ । ସେ ଥିଲେ ଭଦ୍ରକ ର ଶ୍ରମଜୀବି ମଣିଷଙ୍କ ସେନାପତି । ତାଙ୍କ ମୃତ୍ୟୁ ରେ ଭଦ୍ରକ ର ସାଧାରଣ ଜନତା ମ୍ରିୟମାଣ ହୋଇପଡିଛନ୍ତି ବୋଲି ଆଲୋଚନା ରେ ପ୍ରକାଶ ପାଇଥିଲା । ଏହି ସ୍ମୃତି ଚାରଣ ସଭା ରେ ଭଦ୍ରକ କୋର୍ଟ ର ଶତାଧିକ ଓକିଲ, ମୋହରିର ଓ କୋର୍ଟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।