ଭଦ୍ରକ, ୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡିଶା ଲାଲ ଆକାଶର ଅନ୍ୟତମ ଶ୍ରେଷ୍ଠ ତାରକା, ଭଦ୍ରକ ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ, ସିପିଆଇ(ଏମ) ଓଡିଶା ରାଜ୍ୟ କମିଟିର ପୂର୍ବତନ ସଭ୍ୟ, ଓଡିଆ ମାନଙ୍କୁ ନେଇ ପଶ୍ଚିମବଙ୍ଗ ରାଜ୍ୟରେ ଗଠିତ ଗଣସଂଗଠନ “ଉତ୍କଳ ସମାଜ”ର ପୂର୍ବତନ ସଭାପତି, ବିଶିଷ୍ଟ ଶ୍ରମିକ ନେତା, ଭଦ୍ରକ ଓକିଲ ସଂଘର ପୂର୍ବତନ ସଭାପତି, କୋଲକାତା ମଜଲିସ ର ପୂର୍ବତନ ସଭାପତି, ଚରଂପା ସାହିତ୍ୟ ସଂସ୍କୃତି ମଂଚର ପୂର୍ବତନ ସଭାପତି ଆଜୀବନ ସଂଗ୍ରାମୀ ନିରାକାର ଜେନାଙ୍କ ଅମ୍ଳାନ ସ୍ମୃତି କୁ ସବୁଦିନ ପାଇଁ ଉଜ୍ଜୀବିତ ରଖିବା ନିମନ୍ତେ ଗଠିତ “ଆଜୀବନ ସଂଗ୍ରାମୀ ନିରାକାର ସ୍ମୃତି ସଂସଦ’ ଓ ଭଦ୍ରକ ଓକିଲ ସଂଘର ମିଳିତ ଆନୁକୂଲ୍ୟରେ ବିଶିଷ୍ଟ ଆଇନଜୀବୀ ନିରାକାର ଜେନା ଙ୍କ ପ୍ରଥମ ସ୍ମୃତି ବାର୍ଷିକ ପାଳନ ସମାରୋହ ଭଦ୍ରକ ଚରଂପା ସ୍ଥିତ ମାହାୱାର ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ମୃତି ଚାରଣ ସଭାରେ ଓଡିଶା ସରକାରଙ୍କ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ସଭାପତିତ୍ୱ କରିଥିବା ବେଳେ ଭଦ୍ରକ ଓକିଲ ସଂଘର ପୂର୍ବତନ ସାଧାରଣ ସଂପାଦକ ଦିବ୍ୟସିଂହ ନାୟକ ସଂଯୋଜନା କରିଥିଲେ । ଏହି ସ୍ମୃତି ବାର୍ଷିକରେ ମୁଖ୍ୟଅତିଥି ଭାବେ ଓଡିଶା ଉଚ୍ଚନ୍ୟାୟାଳୟର ଅବସରପ୍ରାପ୍ତ ନ୍ୟାୟମୂର୍ତି ଦେବବ୍ରତ ଦାଶ ଯୋଗଦେଇ ନିରାକାର ଜେନା ଜନଗଣଙ୍କ ହୃଦୟର ନେତା ଥିଲେ ବୋଲି କହିଥିଲେ । ନିରାକାର ଜେନା ଖଟିଖିଆ ମଣିଷଙ୍କ ଲଢେଇରେ ଆଗଧାଡିରେ ଥିଲେ । ବର୍ତମାନ ଭାରତରେ ନ୍ୟାୟପାଳିକା, ସଂସଦୀୟ ଗଣତନ୍ତ୍ର, ଧର୍ମନିରପେକ୍ଷ ଗଣତନ୍ତ୍ର, ସମ୍ବିଧାନ, ଅର୍ଥନୈତିକ ସାର୍ବଭୌମତ୍ୱ, ଭାଇଚାରା ଓ ସଂଘୀୟ ବ୍ୟବସ୍ଥା ର ସୁରକ୍ଷା ପାଇଁ ନିରାକାର ଜେନାଙ୍କ ରାସ୍ତାରେ ଆମକୁ ଚାଲିବାକୁ ପଡିବ ବୋଲି ସେ ଆହ୍ୱାନ ଜଣାଇଥିଲେ । ମୁଖ୍ୟବକ୍ତା ଭାବେ ଓଡିଶା ରାଜ୍ୟ ବାର୍ କାଉନସିଲ ର ଉପସଭାପତି ରାଜୀବ ମହାନ୍ତି ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାର ଆଇନଜୀବୀ ମାନଙ୍କୁ ସୁରକ୍ଷା ଯୋଗାଇ ପାରୁନାହାନ୍ତି ବୋଲି ଅଭିଯୋଗ କରିବା ସହ ବିପ୍ଲବୀ ନିରାକାର ଓକିଲ ମାନଙ୍କ ନେତା ଥିଲେ ବୋଲି ପ୍ରକାଶ କରିଥିଲେ । ସମ୍ମାନନୀୟା ବକ୍ତା ଭାବେ ଭଦ୍ରକ ପୌରଧ୍ୟକ୍ଷା ଗୁଲୁମୁକ୍କୀ ଦଲୱାଜି ହବିବ୍ ଯୋଗଦେଇ ସଂଗ୍ରାମୀ ନିରାକାର ଙ୍କ ଅମ୍ଳାନ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ ନିରାକାର ଜେନା ଭଦ୍ରକ ପୌରପାଳିକାର ଅଧ୍ୟକ୍ଷ ଥିବା ସମୟରେ ସେ କରିଯାଇଥିବା ବିଭିନ୍ନ ପ୍ରଗତିମୂଳକ କାର୍ଯ୍ୟ ସଂପର୍କରେ ଆଲୋଚନା କରିଥିଲେ । ସ୍ମୃତି ସଂସଦର ସଂପାଦକ ବରିଷ୍ଠ ଅଧିବକ୍ତା ଗିରିଧାରୀ ନାଥ ସ୍ମୃତି ସଂସଦର କାର୍ଯ୍ୟକ୍ରମ ସଂପର୍କରେ ବିବରଣୀ ପ୍ରଦାନ ସହ ସ୍ମୃତି ଚାରଣ କରିଥିଲେ । ଅନ୍ୟତମ ବକ୍ତା ଭାବେ ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମନୋଜ ରାଉତ ଯୋଗଦେଇ ସ୍ୱର୍ଗତଃ ଜେନା ପ୍ରକୃତରେ ଭଦ୍ରକ ଜିଲ୍ଲାରେ ସାଧାରଣ ଲୋକଙ୍କ ସ୍ୱର ଥିଲେ ବୋଲି ପ୍ରକାଶ କରିଥିଲେ । ଅନନ୍ୟ ବକ୍ତା ଭାବେ ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଓଡିଶା କୃଷକ ସଭା ରାଜ୍ୟ ଯୁଗ୍ମ ସଂପାଦକ ବିକାଶ ନାଥ, ତ୍ୟାଗଭୂମି ର ସଭାପତି ଅଜୟ ନାୟକ, ଭଦ୍ରକ ଓକିଲ ସଂଘ ସଭାପତି ସନ୍ତୋଷ ଆଚାର୍ଯ୍ୟ, ଭଦ୍ରକ ଓକିଲ ସଂଘ ଉପସଭାପତି ଅଶୋକ କୁମାର ନାୟକ, ଓକିଲ ସଂଘ ସଂପାଦକ ସୂର୍ଯ୍ୟକାନ୍ତ କୁଅଁର, ପୂର୍ବତନ ଭଦ୍ରକ ଓକିଲ ସଂଘ ସଭାପତି ବିଷ୍ଣୁ ମୋହନ ମହାପାତ୍ର, ବିଶିଷ୍ଟ ଆଇନଜୀବୀ ପ୍ରଫୁଲ୍ଲ ସାମଲ, ସିଆଇଟିୟୁ ଜିଲ୍ଲା ଉପସଭାପତି ମଳୟ ଭୋଇ, ଶ୍ରମିକ ନେତା ବିଷ୍ଣୁ ଦାଶ, ଓଡିଶା କ୍ଷେତମଜଦୂର ୟୁନିୟନ ଭଦ୍ରକ ଜିଲ୍ଲା ସଭାପତି ପ୍ରଫୁଲ୍ଲ ପାଢୀ, ବରିଷ୍ଠ ବାମପନ୍ଥୀ ନେତା ବୈଲୋଚନ ଯେନା, ଓଡିଶା କୃଷକ ସଭା ଭଦ୍ରକ ଜିଲ୍ଲା ସଭାପତି ଚନ୍ଦ୍ରଶେଖର ନାୟକ, ବରିଷ୍ଠ ଡାକ୍ତର ରବିନ୍ଦ୍ର କୁମାର ନାୟକ, ଓଡିଶା ଉଚ୍ଚନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ଦେବାଶିଷ ସାମଲ, ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ରାଜ୍ୟ ସଂପାଦିକା ସୁରଜିତା ନାୟକ, ଯୁବନେତା ନାସିରୁଦ୍ଦିନ ଖାନ୍, ପ୍ରଫେସର କମଳାକାନ୍ତ ସ୍ୱାଇଁ, ପୂର୍ବତନ ଜିଲ୍ଲା ପଞ୍ଚାୟତ ଅଧିକାରୀ ଗୟାଧର ସାହୁ, ଭଦ୍ରକ ପୌରପାଳିକା ୫ ନଂ ୱାର୍ଡ ର ପାରିଷଦ ଦିଲିପ ନାୟକ, କୃଷକ ନେତା ନିରଞ୍ଜନ ପାଣି, ଯୁବନେତା ବିନୋଦ ସାହୁ, ଯୁବ ଆଇନଜୀବୀ ଉଜ୍ୱଳ ଜେନା, ପୂର୍ବତନ ଜାତୀୟ କଂଗ୍ରେସ ଭଦ୍ରକ ଜିଲ୍ଲା ସଭାପତି ସୁଧାକର ରାଉତ, ବରିଷ୍ଠ ଆଇନଜୀବୀ ଶଶିଭୂଷଣ ପଣ୍ଡା, ଯୁବ ଆଇନଜୀବୀ ସୁକାନ୍ତ ସେଠୀ ପ୍ରମୁଖ ଯୋଗଦେଇ ସଂଗ୍ରାମୀ ନିରାକାର ଙ୍କ ସ୍ମୃତି ଚାରଣ କରିବା ସହ ଭାରତରେ ଗଣତନ୍ତ୍ର ଓ ଧର୍ମନିରପେକ୍ଷତା ର ସୁରକ୍ଷା ପାଇଁ ନିରାକାର ଜେନାଙ୍କ ପଦାଙ୍କ ଅନୁସରଣ କରିବାକୁ ଆହ୍ୱାନ ଜଣାଇଥିଲେ । ଏହି ସ୍ମୃତି ବାର୍ଷିକ ସମାରୋହରେ ବରିଷ୍ଠ ଆଇନଜୀବୀ ରାଜକିଶୋର ଦାଶ ଙ୍କୁ ମୁଖ୍ୟ ଅତିଥି ଜଷ୍ଟିସ ଦେବବ୍ରତ ଦାଶ ଉତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ସଂଗ୍ରାମୀ ନିରାକାର ଜେନା ଙ୍କ ବଡପୁଅ ଜୀବନ ଜେନା, ବଡଝିଅ ମିତସ୍ମିତା ଜେନା, ସାନଝିଅ ନିବେଦିତା ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଏହି ସ୍ମୃତି ବାର୍ଷିକ ସମାରୋହରେ ଯୁବ ଆଇନଜୀବୀ ଲିସାରାଣୀ ବାରିକ୍, ଉସସ୍ରୀ ରାଉତ, ଦୀପ୍ତିମୟୀ ନାୟକ, ବଦ୍ରିନାରାୟଣ ନାୟକ, ମନୋରଞ୍ଜନ ଦାସ, ନିତିନ ଗୁପ୍ତା ପ୍ରମୁଖ ସମାରୋହ ସଫଳତା ପାଇଁ ସହଯୋଗ କରିଥିଲେ । ଶେଷରେ ସଂଗ୍ରାମୀ ନିରାକାର ଜେନା ଙ୍କ ମଧ୍ୟମ ପୁତ୍ର ଭଦ୍ରକ ଓକିଲ ସଂଘର ପୂର୍ବତନ ସଂପାଦକ ବିଶିଷ୍ଟ ଆଇନଜୀବୀ ବିଜନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।