Odiapua.com

ନିରାକାରପୁର ସାମ୍ବାଦିକ ସଂଘ ପକ୍ଷରୁ ଭୁବନେଶ୍ୱର ସାଂସଦଙ୍କୁ ଦାବିପତ୍ର ପ୍ରଦାନ

ଖୋର୍ଦ୍ଧା, ୪.୧୧ (ଓଡିଆ ପୁଅ/ଦୀପକ ପ୍ରଧାନ) : ଖୋର୍ଦ୍ଧା ଜିଲ୍ଲା ରାମେଶ୍ଵର ଛକ ୧୬ ନଂ ଜାତୀୟ ରାଜପଥ ଠାରୁ ପରୀ ଚନ୍ଦନପୁର ନୂଆ ଜଗନ୍ନାଥ ସଡକକୁ ଜାତୀୟ ରାଜପଥ ଘୋଷଣା କରି ନମ୍ବର ପ୍ରଦାନ ଓ ନିରାକାରପୁର ଲେବୁଲ କ୍ରସିଂ ଠାରେ ପ୍ଲାଏ ଓଭର କାର୍ଯ୍ୟ ଶୀଘ୍ର କରିବା ପାଇଁ ଏକ ଦାବିପତ୍ର ଭୁବନେଶ୍ୱର ସାଂସଦଙ୍କୁ ପ୍ରଦାନ କରାଯାଇଛି। ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଗତକାଲି ସଂଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସ୍ଥିତ ରାମଦୟା ପରିଷଦର ୪୦ ତମ ବାର୍ଷିକ ଅଧିବେଶନକୁ ଅତିଥି ଭାବେ ଆସିଥିଲେ। ଏହି ପରିପ୍ରେକ୍ଷୀରେ ନିରାକାରପୁର କଲେଜ ଛକ ସ୍ଥିତ ସାମ୍ବାଦିକ କାର୍ଯାଳୟ ଠାରେ ନିରାକାରପୁର ସାମ୍ବାଦିକ ସଂଘ ପକ୍ଷରୁ ସାସଂଦଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ନିରାକାରପୁର ଠାରେ ଥିବା ରେଲଓ୍ବେ ଲେବୁଲ କ୍ରସିଂ ଉପରେ ଶୀଘ୍ର ପ୍ଲାଏ ଓଭର କାର୍ଯ୍ୟ ଆରମ୍ଭ କରିବା ଓ ରାମେଶ୍ଵର ଠାରୁ ଚନ୍ଦନପୁର ନୂଆ ଜଗନ୍ନାଥ ସଡକର ଜାତୀୟ ରାଜପଥ ନମ୍ବର ପ୍ରଦାନ ଉପରେ ଦାବିପତ୍ର ପ୍ରଦାନ କରାଯାଇଥିଲା। ଅନୁରୂପ ଭାବେ ସହଯୋଗ ପରିବାର ଓ ହିନ୍ଦୁ ସଂଗଠନ ପକ୍ଷରୁ ମଧ୍ୟ ଆଉ ଦୁଇଟି ଦାବିପତ୍ର ସାସଂଦକୁ ଦିଆଯାଇଥିଲା। ରାମଦୟା ପରିଷଦ ଠାରେ ୪୦ ତମ ବାର୍ଷିକ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗ ଅତିଶୀଘ୍ର ଏହି ଦୁଇଟି ଦାବି ଉପରେ କାର୍ଯକାରୀ କରାଯିବ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ସଭାପତି ରଶ୍ମି ରଂଜନ ମହାପାତ୍ର, ପୂର୍ବତନ ସଭାପତି ନିକୁଞ୍ଜ ପଟ୍ଟନାୟକ ଓ ବିଜେପି କର୍ମକାର୍ତାଗଣ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ।