Odiapua.com

ନିରାକାରପୁରରେ ଯୁବତୀ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଥାନା ଘେରାଉ

ଖୋର୍ଦ୍ଧା;୨୫,ଅକ୍ଟୋବର:ଖୋର୍ଦ୍ଧା ଜିଲ୍ଲା ନିରାକାରପୁରଠାରେ ଘଟିଥିବା ଯୁବତୀ ହତ୍ୟା ଘଟଣାରେ ଆଜି ନିରାକାରପୁର ଥାନା ଘେରାଉ ହୋଇଛି।ନିରାକାରପୁର ପୂର୍ବତନ ସରପଞ୍ଚ ବିପିନ କୁମାର ଜୟସିଂଙ୍କ ନେତୃତ୍ୱରେ “ଖୋର୍ଦ୍ଧା ଜନ ଜାଗରଣ ମହାମେଣ୍ଟ” ପକ୍ଷରୁ ଚିତ୍ରକୂଟ ପାହାଡ଼ ତଳେ ବଳାତ୍କାର ଶିକାର ତଥା ମୃତ୍ୟୁ କରିଥିବା ନିରୀହ ଯୁବତୀଙ୍କୁ ନ୍ୟାୟ ପ୍ରଦାନ ଏବଂ ଦୋଷୀ ମାନଙ୍କୁ ଚିହ୍ନଟ କରି କଠୋର ଦଣ୍ଡ ଦାବିରେ ଥାନା ସମ୍ମୁଖରେ ଧାରଣା ଦିଆଯିବା ସହ ଏନେଇ ଏକ ଦାବିପତ୍ର ଥାନା ଭାରପ୍ରାପ୍ତ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି।/ଦେବଦତ୍ତ