Odiapua.com

ନିରାକାରପୁରରେ ଏନକାଉଣ୍ଟର

ଭୁବନେଶ୍ୱର;୧୭,ଅଗଷ୍ଟ:ଖୋର୍ଦ୍ଧା ଜିଲ୍ଲା ନିରାକାରପୁରରେ ହୋଇଛି ଏନକାଉଣ୍ଟର।ରାମେଶ୍ୱର ପଞ୍ଚାୟତ ଅନ୍ତର୍ଗତ ଖଜୁରୀପଡ଼ା ଗ୍ରାମର କୁଖ୍ୟାତ ଅପରାଧୀ ଫିରୋଜ ଖାଁ ଓରଫ ବବୁଲୁକୁ ନିରାକାରପୁର ପୁଲିସ ଏନକାଉଣ୍ଟର କରିଛି।ବବୁଲୁକୁ ପୁଲିସ ଗିରଫ କରିବାକୁ ଯାଇଥିବା ସମୟରେ ବବୁଲୁ ଓଲଟି ପୁଲିସ ଉପରକୁ ବୋମାମାଡ଼ କରିଥିଲା।ଏଥିରେ ଦୁଇ ଜଣ ପୁଲିସ ଅଧିକାରୀ ଆହତ ହୋଇଛନ୍ତି।ବବୁଲୁର ବାମ ଗୋଡ଼ରେ ଗୁଳି ବାଜିଛି।ଚିକିତ୍ସା ପାଇଁ ପ୍ରଥମେ ତାକୁ ଖୋର୍ଦ୍ଧା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା,ତେବେ ପରେ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି।କିଛି ଦିନ ତଳେ ବବୁଲୁର ଅନ୍ୟତମ ସହଯୋଗୀ ଆସିକକୁ ପୁଲିସ ଗିରଫ କରିଥିଲା।ବବୁଲୁ ଏବଂ ଆସିକ ବିଭିର୍ଣ୍ଣ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହି ନିରାକାରପୁର ଅଞ୍ଚଳରେ କିଛି ଦିନ ହେଲା ଆତଙ୍କ ସୃଷ୍ଟି କରି ଆସୁଥିଲେ।ଏମାନଙ୍କ ଯୋଗୁଁ ସଂପୃକ୍ତ ଅଞ୍ଚଳରେ ସାଂପ୍ରଦାୟିକ ବିଭେଦ ସୃଷ୍ଟି ହେଉଥିବା ନେଇ ମଧ୍ୟ ଅଭିଯୋଗ ହୋଇ ଆସୁଥିଲା।ଏବଂ ଏମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ପୁଲିସ ନିକଟରେ ଦାବି ହୋଇ ଆସୁଥିଲା।