Odiapua.com

ନିଯୁକ୍ତି ସୁଯୋଗ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଇ-ରୋଜଗାର ସମାଚାର ଲୋକାର୍ପିତ

– ଇଲେକ୍ଟ୍ରୋନିକ ମାଧ୍ୟମରେ ଯୁବବର୍ଗଙ୍କ ଯୋଗାଯୋଗ ଆବଶ୍ୟକତାକୁ ପୂରଣ କରିବ ଇ-ଜର୍ଣ୍ଣାଲ

ନୂଆ ଦିଲ୍ଲୀ ୯-୮ (ଓଡ଼ିଆ ପୁଅ) କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର ରୋଜଗାର ସମାଚାରର ଇ-ସଂସ୍କରଣର ଲୋକାର୍ପଣ କରିଛନ୍ତି। ଏହାକୁ ଚାକିରି ଆଶାୟୀମାନଙ୍କୁ ରାଷ୍ଟ୍ରାୟତ ଉଦ୍ୟୋଗ ସମେତ ସରକାରୀ ଚାକିରି ସମ୍ବନ୍ଧୀୟ ସୂଚନା ପ୍ରଦାନ କରିବା ପାଇଁ ଆରମ୍ଭ କରାଯାଇଛି। ଏହା ମଧ୍ୟ ବିଶେଷଜ୍ଞମାନଙ୍କ କ୍ୟାରିୟର ସମ୍ବନ୍ଧୀୟ ଲେଖା ଜରିଆରେ ବିଭିନ୍ନ କ୍ଷେତ୍ରରେ କ୍ୟାରିୟର ସୁଯୋଗ ଏବଂ ନାମଲେଖାକୁ ନେଇ ସୂଚନା ଏବଂ ମାର୍ଗଦର୍ଶନ ଉପଲବ୍ଧ କରାଇବ। ଆଶା କରାଯାଉଛି କି ଏହାଫଳରେ ଇଲେକ୍ଟ୍ରୋନିକ ମାଧ୍ୟମ ଆଡକୁ ଯାଇ ସାରିଥିବା ଯୁବ ପାଠକ ମାନଙ୍କର ସମସ୍ୟା ସମାଧାନ କରାଯାଇ ପାରିବ।

ଏହି ଜର୍ଣ୍ଣାଲର ମୂଲ୍ୟ ଛାପା ସଂସ୍କରଣ ମୂଲ୍ୟର ୭୫ ପ୍ରତିଶତ ରଖାଯାଇଛି। ଏହା ୪୦୦ ଟଙ୍କା ବାର୍ଷିକ ଶୁଳ୍କରେ ଉପଲବ୍ଧ।

ଏହାକୁ www.employmentnews.gov.in ୱେବସାଇଟକୁ ଯାଇ ଇ-ଭର୍ସନ ଟ୍ୟାବରେ କ୍ଲିକ କରି ଦେଖାଯାଇ ପାରିବ।