ଭଦ୍ରକ, ୧୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ରେ ବହୁତୁ ଦିନ ଧରି ନିମ୍ନମାନର ସାର ଓ କୀଟନାଶକ ଔଷଧ ବିକ୍ରି ର ଅଭିଯୋଗ ପରେ ଗୁରୁବାର ସନ୍ଧ୍ୟାରେ କୃଷି ବିଭାଗ ଓ ଚାନ୍ଦବାଲି ତହସିଲଦାରଙ୍କ ମିଳିତ ଟିମ ଚାନ୍ଦବାଲି ରେ ତିନିଟି ସ୍ଥାନରେ ଚଢ଼ାଉ କରି ବିପୁଳ ପରିମାଣରେ ସାର ଓ କୀଟନାଶକ ଔଷଧ ଜବତ କରିଛନ୍ତି ।ସୂଚନା ଅନୁଯାଇଡିଲର ମନୋରଞ୍ଜନ ମିହାନ୍ତିଙ୍କର ୩ ଟି ଷ୍ଟକ ପଏଂଟ ରେ ( ପିଓଏସ ) ମେସିନରେ ଯାହା ଷ୍ଟକ ରହିବା କଥା ତାଠାରୁ ଅଧିକ ପରିମାଣରେ ସାର ଓ କିଟନାଷକ ଔଷଧ ଗଛିତ ଥିଲା । ଏଥିନେଇ ବିଭାଗ ପକ୍ଷରୁ ସାର ଓ କିଟନାଷକ ଔଷଧର ନମୁନ ସଂଗ୍ରହ କରି ଲ୍ୟାବଟେରୀକୁ ପଠାଯାଇଛି । ଅନ୍ୟପଟେ ଯେଉଁ ସବୁ ଷ୍ଟକ ପଏଂଟ ରେ ସାର ଓ କିଟନାଷକ ଔଷଧ ଗଛିତ ରହିଥିଲା ସେହି ଷ୍ଟକ ପଏଂଟର ଡିଲର ନାମରେ ଏଗ୍ରୀମେଟ ହୋଇନଥିବାରୁ ସାରର କଳାବଜାରରେ ପ୍ରଷ୍ଟ ପ୍ରମାଣ ମିଳିଛି ।ଷ୍ଟକ ଠାରୁ ଅଧିକ ପରିମାଣରେ ମଧ୍ୟ ରଖାଯାଇ ଥିବା ଯାହା ସରକାରୀ ସ୍ତରରେ ସୂଚନା ଦେଇଛନ୍ତି ଅଧିକାରୀ ।ତବେ ନମୁନା ସଂଗ୍ରହର ରିପୋର୍ଟ ଆସିବା ପରେ ପରବର୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚାନ୍ଦବାଲି କୃଷି ବିଭାଗର ସହ ଅଧିକାରିଣୀ ଆସ୍କିନ ଦାସ ଓ ତହସିଲଦାର ଭବତୋଷ ମଲ୍ଲିକ ପ୍ରକାଶ କରିଛନ୍ତି । ଅନ୍ୟପଟେ ଯେଉଁ ଡିଲର ମାନେ ଏମିତି ନିମ୍ନମାନର ସାର ବିକ୍ରି କରି ଚାଷୀଙ୍କୁ ଠକୁଛି ତା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ପାରିଷଦ ଚନ୍ଦନ ରାଉତ ଦାବି କରିଛନ୍ତି ।