ଭଦ୍ରକ, ୧୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅସହାୟ ଓ ଦୁସ୍ଥ ଜନତାଙ୍କର ଉତ୍ଥାନ ଓ ସମାଜର ସାମୁହିକ ବିକାଶ ତଥା ଉଦୟ, ଗାନ୍ଧୀଜୀଙ୍କ ସର୍ବୋଦୟ ଆନ୍ଦୋଳନର ଭିତ୍ତିଭୂମୀ ଥିଲା । ସତ୍ୟ ଓ ଅହିଂସାର ପୂଜାରୀ ଗାନ୍ଧୀ ଅବହେଳିତ ବର୍ଗର କାର୍ଯ୍ୟକୁ ନୁହେଁ ସ୍ୱଚ୍ଛଳ ବର୍ଗଙ୍କ ଆଚରଣକୁ ଅହିଂସା ବିଚାରୁଥିଲେ ବୋଲି ଧାମନଗର ମହାବିଦ୍ୟାଳୟରେ ଅନୁଷ୍ଠିତ ରାଜନୀତି ବିଜ୍ଞାନ ବିଭାଗ ସମ୍ପାନରେ ମତ ପ୍ରକାଶ ପାଇଛି । ଅଧ୍ୟକ୍ଷ ପବିତ୍ର କୁମାର ପାଣିଗ୍ରାହୀଙ୍କ ସଭାପତିତ୍ୱରେ “ଗାନ୍ଧୀ ଓ ସର୍ବୋଦୟ” ଶୀର୍ଷକ ସେମିନାରରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ମନୋଜ କୁମାର ସ୍ୱାଇଁ ମୁଖ୍ୟ ଅତିଥି ବକ୍ତା, ଶିବାନୀ ପତ୍ରିକାର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବହଳୀ ସମ୍ମାନୀତ ଅତିଥିଭାବେ ଯୋଗଦେଇ ପ୍ରସଂଗ ଭିତ୍ତିକ ସାରଗର୍ଭକ ଆଲୋଚନା କରିଥିବାବେଳେ ଡ଼ଃ. ସମୀର କୁମାର ହୁଇ ବକ୍ତବ୍ୟ ରଖିଥିଲେ । ବିଭାଗୀୟ ମୁଖ୍ୟ ଅଜୟ କୁମାର ବେଜ ସ୍ୱାଗତ ସମ୍ଭାଷଣ ସହ ଆଲୋଚ୍ୟ ପ୍ରସଂଗ ଉପରେ ଆଲୋକପାତ କରିଥିବାବେଳେ ପ୍ରକାଶ ଚନ୍ଦ୍ର ମହାପାତ୍ର ଅତିଥିପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ପୁର୍ଣ୍ଣିମା ବେହେରା, ସଂଜିତା ପରବିନ୍, ଭାରତୀ ନାୟକ, ଅଜୟ ସାହୁ ପ୍ରମୁଖ ସନ୍ଦର୍ଭ ଉପସ୍ଥାପନ କରିଥିବାବେଳେ ସୁପ୍ରିୟା ଦେବତା, ପ୍ରିୟଙ୍କା ନାୟକ, ଇତିଶ୍ରୀ ଦାସ ଓ ଉଷଷୀ ମିଶ୍ର ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ଏହି ଅବସରରେ ନବାଗତ ଛାତ୍ର ଛାତ୍ରୀଙ୍କୁ ବିଭାଗ ପକ୍ଷରୁ ସ୍ୱାଗତ କରାଯିବା ସହ ଶେଷ ବର୍ଷ ଛାତ୍ର ଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ବିନାୟକ ସାହୁ, ଗୋପାଳଚନ୍ଦ୍ର ବେହେରା, ସଂଜୟ ପଣ୍ଡା, ଆଦ୍ୟାରଶ୍ମି ମିଶ୍ର, ସଜଲ ମହାନ୍ତି, ଆଶିଷ ସ୍ୱାଇଁ, ସ୍ମରଣୀକା ପ୍ରଧାନ, ନିୟାଜ ମହମ୍ମଦ, ସୁରେନ୍ଦ୍ର ଜେନା ଏବଂ ସାମ୍ବାଦିକ ବାସୁଦେବ ତ୍ରିପାଠୀ, ପ୍ରଦୀପ କୁମାର ମହାପାତ୍ର, ପ୍ରତାପ ଆନ୍ଦିଆ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଅଧ୍ୟାପିକା ରଶ୍ମିରେଖା ଦାସ ଧନ୍ୟବାଦ ଦେଇଥିଲେ ।