Odiapua.com

ନିମାପଡା ରଜ ଭାଇ ଚାରାର ନିଦର୍ଶନ – ମନ୍ତ୍ରୀ ସୂର୍ଯବଂଶୀ ସୂରଜ

ଭଦ୍ରକ, ୧୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ରାମଚନ୍ଦ୍ରପୁର ପଚାଂୟତ ଶ୍ରୀ ଜଗନ୍ନାଥ ଆଚଂଳିକ ରଜ ମହୋତ୍ସବ ନିମାପଡା ଲୋକ ମାନଙ୍କୁ ସୁଦୃଢ ଭାଇଚାରା ମଧ୍ୟରେ ବାନ୍ଧି ରଖିବାର ସୁନ୍ଦର ପ୍ରୟାସ ଜାରି ରଖିଛି । ଗ୍ରାମାଚଂଳରେ ଏହି ପ୍ରକାର ସମାବେଶ ଆମ ସଂସ୍କୃତିକୁ ଦୁଇ ପାଦ ଆଗକୁ ନେବାରେ ସହାୟକ ହେବ ବୋଲି ଭାଷା, ସାହିତ୍ୟ, ସଂସ୍କୃତି ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯବଂଶୀ ସୂରଜ ବୁଧବାର ରାତ୍ରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିବା ବେଳେ ଉତ୍ସବର ଉତରତୋର ଉନ୍ନତି କାମନା କରିଥିଲେ । ମହୋତ୍ସବ କମିଟିର ସଭାପତି ପ୍ରାକ୍ତନ ବନ୍ତ କଲେଜର ଅଧ୍ୟକ୍ଷ ଅଧ୍ୟକ୍ଷ ଡ. ଶୁଭେନ୍ଦ୍ର କୁମାର ମିଶ୍ର ସଭା ପରିଚାଳନା କରିଥିଲେ । ମୁଖ୍ୟବକ୍ତା ଭାବେ ଭଦ୍ରକର ଡେପୁଟି କଲେକ୍ଟର କାର୍ତିକ ନାଥ ମଣ୍ଡଳ ରଜ ମହୋତ୍ସବର ମହାନତା ଓଡିଶାର ପ୍ରତିଟି କୋଣରେ ପହଚାଂଇବା ପାଇଁ ଲୋକଙ୍କ ପ୍ରୟାସୀ ହେବା ଆବଶ୍ୟକ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭଣ୍ଡାରିପୋଖରୀ ବିଧାନସଭା ବିଜେପି ନେତା ଡ.ସୁଧାଂଶୁ ଶେଖର ନାୟକ, ବଦ୍ରିନାରାୟଣ ଧଳ, କେନ୍ଦୁଆପଦା ସରପଚଂ ଇଂ.ପ୍ରମୋଦ କୁମାର ଜେନା, ସାହିତ୍ୟିକ ଗଣେଶ ପ୍ରସାଦ କରଶର୍ମା, ଭାଗିରଥୀ ସେଠୀ ପ୍ରମୁଖ ଅତିଥି ଭାବେ ବକ୍ତବ୍ୟ ରଖିଥିଲେ । ଆଦର୍ଶ ଶିକ୍ଷାବିତ୍ ଅଜୟ କୁମାର ପୃଷ୍ଟିଙ୍କ ମଂଚ ପରିଚାଳନାରେ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ସ୍ୱାଗତ ଅଭିଭାଷଣ ରଖି ଚାରିଦିନ ବ୍ୟାପି ଆୟୋଜିତ ମହୋତ୍ସବରେ ଅଚଂଳବାସୀଙ୍କ ଆକୁଣ୍ଠ ସହଯୋଗ ନେଇ କୃତଜ୍ଞ ବୋଲି କହିଥିଲେ । ଶେଷରେ ହୃଷିକେଷ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ରଜ କୁଇନ୍ ଅଙ୍କିତା ଦାସ, ସାଇ ଶୁଭ୍ରାଞ୍ଜଳୀ ବେହେରାଙ୍କୁ ପୁରସ୍କୃତ ଏବଂ ଦିବ୍ୟ ଲୋଚନ ବିଶ୍ୱାଳ, ପ୍ରତାପ କୁମାର ଦାସ, କୃପାସିନ୍ଧୁ ପୃଷ୍ଟି, ରାଧା ପଣ୍ଡା, ଶରତ କୁମାର ସେଠୀ, ସୁଧାଂଶୁ ଶେଖର ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନୋଭରି ଉପଭୋଗ କରିଥିଲେ ଦର୍ଶକ । ସୂର୍ଯମଣୀ ରାଉଳ, ମୁରଲୀ ଧର ସୂତାର, ନକୂଳ ଚରଣ ବାରିକ, ଶ୍ରୀନିବାସ ବିଶ୍ୱାଳ, ଆଶିଷ୍ କୁମାର ସାହୁ, ବିଜୟ ବିଶ୍ୱାଳ, ପ୍ରଭାସ ସାହୁ, ଶ୍ୟାମସୁନ୍ଦର ଜେନା ପ୍ରମୁଖ ପରିଚାଳନା କରିଥିଲେ ।