Odiapua.com

ନିମାପଡ଼ା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଭାଜପାର ଧାରଣା

ଭୁବନେଶ୍ୱର;୬, ଜୁଲାଇ(ଓଡ଼ିଆ ପୁଅ):ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମେତ ଅନ୍ୟାନ୍ୟ ବିଭିର୍ଣ୍ଣ ସରକାରୀ ଯୋଜନାରେ ଅନିୟମିତତା ହେଉଥିବା ଅଭିଯୋଗ କରି ଆଜି ନିମାପଡ଼ା ବିଜେପି ପକ୍ଷରୁ ନିମାପଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଆଗରେ ଗଣଧାରଣା ହୋଇଛି।ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡ଼ାଙ୍କ ନେତୃତ୍ୱରେ ନିମାପଡ଼ା ବିଜେପି କାର୍ଯ୍ୟକର୍ତ୍ତାମାନେ ଧାରଣାରେ ବସିଛନ୍ତି।ପ୍ରଭାତୀ ପରିଡ଼ାଙ୍କ ସମେତ ଜିଲ୍ଲା ପରିଷଦ ସଭ୍ୟ ମାନସ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ସାହୁ, ବିଜୟ ପଣ୍ଡା, ତପସ୍ୱିନୀ ବେହେରା, କୃଷ୍ଣଚନ୍ଦ୍ର ସ୍ୱାଇଁ, ବାସୁଦେବ ବେହେରା, ଭଗବାନ ମିଶ୍ରଙ୍କ ସମେତ ନିମାପଡ଼ା ବିଜେପିର ବହୁ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ଏହି ଧାରଣାରେ ବସିଛନ୍ତି।ନିମାପଡ଼ା ବ୍ଲକରେ ବିଭିର୍ଣ୍ଣ ସରକାରୀ ଯୋଜନା ସବୁ ଏକ ପାଖିଆ ଭାବରେ ଚାଲିଛି।ଏବଂ ବିଜେପି ସମର୍ଥିତ ନିର୍ବାଚିତ ପ୍ରତିନିଧି ମାନଙ୍କୁ ଉନ୍ନୟନ ମୂଳକ କାମ ଗୁଡିକରେ ରାଜନୈତିକ ପକ୍ଷପାତିତା ଢଙ୍ଗରେ ଅଣଦେଖା କରାଯାଉଛି ବୋଲି ବିଜେପି ଅଭିଯୋଗ କରିଛି।ରାଜନୈତିକ ପ୍ରଭାବରୁ ଉର୍ଦ୍ଧ୍ବରେ ରହି ବ୍ଲକ କାର୍ଯ୍ୟାଳୟ ନିରପେକ୍ଷ ଭାବରେ ସମଗ୍ର ଅଞ୍ଚଳରେ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରୁ ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି।