Odiapua.com

ନିମାପଡ଼ା: ବ୍ରାଉନ ସୁଗର୍ ଜବତ – ୧ ଗିରଫ

ପୁରୀ ୨୧-୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶନାରେ ନିମାପଡ଼ା ଅବକାରୀ ବିଭାଗ ପକ୍ଷରୁ ନିମାପଡ଼ା ଥାନା ଅନ୍ତର୍ଗତ ରେଞ୍ଚ ଗ୍ରାମର ସୂର୍ଯ୍ୟ ନାରାୟଣ କlଣ୍ଡି (୩୬) କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ତାଙ୍କ ଠାରୁ ୨୧ଗ୍ରାମ ବ୍ରାଉନ ସୁଗର୍ ଜବତ କରାଯାଇଛି। ନିମାପଡ଼ା ଅବକାରୀ ପୁଲିସ କେସ ନମ୍ବର ୬୧/୨୦୨୧ରେ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି।