Odiapua.com

ନିମାପଡ଼ାରେ ବିଶାଳ ମହିଳା ସମ୍ମିଳନୀ

ଭୁବନେଶ୍ୱର ୧୧-୪ (ଓଡ଼ିଆ ପୁଅ/ଦେବଦତ୍ତ ରଥ):ପୁରୀ ଜିଲ୍ଲା ଅନ୍ତର୍ଗତ ନିମାପଡା ଚଅଁରପଦା ମେଲନ ପଡ଼ିଆ ନିକଟରେ ବିଜେପି ନିମାପଡା ପକ୍ଷରୁ ଏକ ବିରାଟ ମହିଳା ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି।ଏଥିରେ ଗୋପ ଏବଂ ନିମାପଡା ଅଞ୍ଚଳର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସମେତ ବହୁ ସଂଖ୍ୟାରେ ମହିଳା ଯୋଗ ଦେଇଥିଲେ।ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧକ୍ଷତାରେ ଆୟୋଜିତ ଏହି ସମାବେଶରେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ଉପ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ,ପିଙ୍କି ପ୍ରଧାନ ଏବଂ ଅନୁ ଚୌଧୁରୀ ପ୍ରମୁଖ ଯୋଗ ଦେଇଥିଲେ।