Odiapua.com

ନିଦ୍ୱନ୍ଦରେ ନିର୍ବାଚିତ ହେବେ କେ. ବାଲିପାଳ ପଞ୍ଚାୟତରେ ସମିତିସଭ୍ୟ

ହାଟଡ଼ିହି, ୨୩ /୧/ : (ଓଡିଆ ପୁଅ/ ବିକାଶ ବିଶ୍ୱାଳ) ଚଳିତ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ହାଟଡିହି ବ୍ଲକର ୩୧ଟି ସମିତିସଭ୍ୟ ପାଇଁ ନିର୍ବାଚନ ହେବାକୁ ଯାଉଥିବାବେଳେ କଅଁଳେଇବାଲିପାଳ ପଞ୍ଚାୟତରେ ଗୋଦାବରୀ ନାଇକ ନାମକ ଜଣେ ମାତ୍ର ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଫଳରେ ଏହି ପଞ୍ଚାୟତରୁ ସେ ନିଦ୍ୱର୍ନ୍ଦରେ ନିର୍ବାଚିତ ହେବାର ବାଟ ଫିଟି ଯାଇଛି। ଏହି ପଞ୍ଚାୟତରୁ ୭ଜଣ ସରପଞ୍ଚ ପଦବୀ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ଜଣେ ମାତ୍ର ପ୍ରାର୍ଥୀ ସମିତିସଭ୍ୟ ପାଇଁ ନାମାଙ୍କନପତ୍ର ଦାଖଲ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।