Odiapua.com

ନିଟ ପରୀକ୍ଷା ପେପର ଲିକ ଘଟଣାକୁ ନେଇ ଭଦ୍ରକ ଜିଲ୍ଲା ଯୁବ ବିଜେଡି ପକ୍ଷରୁ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶ ପୁତଳିକା

ଭଦ୍ରକ, ୧୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିଟ ପରୀକ୍ଷା ରେ ପ୍ରଶ୍ନ ପତ୍ର ଲିକ ଘଟଣା କୁ ନେଇ ବିରୋଧୀ ବିଜେଡି ଶାସକ ବିଜେପି ଉପରେ ବର୍ଷୀଛି। ନିଟ ପରି ଏକ ସମ୍ବେଦନଶୀଳ ପରୀକ୍ଷା ରେ ବାରମ୍ବାର ଲିକ ଯାହା ଲକ୍ଷ ଲକ୍ଷ ପରୀକ୍ଷାର୍ଥୀ ଙ୍କ ଜୀବନ ସହ ବିଜେପି ଖେଳିଛି ବୋଲି କହିଛି। ଆଜି ସନ୍ଧ୍ୟାରେ ଭଦ୍ରକ ଯୁବ ବିଜେଡି ତରଫରୁ ଭଦ୍ରକ ଟାଉନ ହଲ ଛକ ନିକଟରେ ଶିକ୍ଷାମନ୍ତ୍ରୀ ଙ୍କୁ ବିରୋଧ କରି ଫ୍ଲା କାର୍ଡ ଧରି ବିରୋଧ କରିବା ସହ ଶିକ୍ଷା ମନ୍ତ୍ରୀ ଙ୍କ କୁଶ ପୁତଳିକା ଦାହ କରିଛନ୍ତି ଏବଂ ବାରମ୍ବାର ପ୍ରଶ୍ନ ପତ୍ର ଲିକ ପାଇଁ ଲକ୍ଷ ଲକ୍ଷ ଛାତ୍ର ଛାତ୍ରୀ ଙ୍କ ଜୀବନ ନଷ୍ଟ କରିଛନ୍ତି । ତେଣୁ ତୁରନ୍ତ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତପା ଦିଅନ୍ତୁ ବୋଲି ଦାବୀ କରିଛନ୍ତି । ଇସ୍ତପା ନଦେଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରିବ ବୋଲି କହିଛନ୍ତି। ଆଜିର ଏହି ବିକ୍ଷୋଭ ରେ ବିଜେଡି ଯୁବ ନେତା ରାକେଶ ପଣ୍ଡା, ପ୍ରିନ୍ସ ରାକେଶ ନାୟକ, ଭାସ୍କର ମହାଳିକ, ସତ୍ୟ ସାଧନ ବେଜ ଙ୍କ ସମେତ ଅନ୍ୟ ଯୁବ ନେତା କର୍ମୀ ଉପସ୍ଥିତ ଥିଲେ।