ଭଦ୍ରକ, ୨୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାରେ ଦୋଷୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ଦିନିକିଆ ଅନଶନ ଦିଆଯାଇଛି। ଏହି ମର୍ମରେ ଜିଲା ପ୍ରଶାସନକୁ ୩ ଦଫା ସମ୍ବଳିତ ଏକ ଦାବିପତ୍ର ଅତିରିକ୍ତ ଜିଲାପାଳ ରବି ନାରାୟଣ ସାହୁଙ୍କୁ ଦେଇଛନ୍ତି। ଦାବିଗୁଡିକ ହେଲା ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାରେ ସଂପୃକ୍ତ ସମସ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ପରୀକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା ଓ ସୁନିଶ୍ଚିତ କରିବା ପାଇଁ ଦାବି କରିଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ର ଶିକ୍ଷାବିଭାଗ ଦାୟିତ୍ୱରେ ଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ଏହି ଅପରିଣାମଦର୍ଶୀ କାର୍ଯ୍ୟ ପାଇଁ ତାଙ୍କ ଇସ୍ତଫା ଦେବାକୁ ଦାବି କରାଯାଇଛି। ଏହି ଅନଶନରେ ସଂଗଠନର ପ୍ରବକ୍ତା ସବୀର ଖାନ୍, ସେକ୍ ତାଜସିମ୍, ହାସିନା ଖାତୁନ, ଅର୍ଚ୍ଚନା ସାହୁ ପ୍ରମୁଖରେ ସାମିଲ ଥିଲେ।