ଭଦ୍ରକ, ୧୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୁରୁଣାବଜାର ସ୍ଥିତ କାଜିମହଲା ନିବାସୀ ମା’ ଅଫରୋଜା ବିବି ଓ ବାପା ଦିନ ମଜୁରିଆ ମଇରାଜ ଖାନ୍ଙ୍କ ପୁଅ ମୁର୍ସିଦ ଖାନ୍କୁ ଭଦ୍ରକ ଚଉଦ ମହଲା ମୁସଲିମ୍ ଜମାତ ପକ୍ଷରୁ ମଦିନା ମଇଦାନରେ ମାନପତ୍ର ଓ ଉତ୍ତରୀୟ ସହିତ ସମ୍ମାନିତ କରାଯାଇଥିଲା । ଭଦ୍ରକ ମୁସଲିମ୍ ଜମାତ ପକ୍ଷରୁ ମଦିନା ମଇଦାନ ଠାରେ ସମାଜସେବୀ ତଥା କମିଟିର ସଭାପତି ହାଜି ଅବଦୁଲ ବାରିଙ୍କ ଅଧ୍ୟକ୍ଷତାରେ ଓ ମୁସ୍ତାକ ଗୌହରଙ୍କ ସଂଚାଳନାରେ ଏକ ସଭା ହୋଇଥିଲା । ଏହି ସଭାରେ ମୁର୍ସିଦ ଖାନଙ୍କ ସମେତ ବାପା, ମା’ ଓ ତାଙ୍କ ବଡଭାଇଙ୍କୁ ମଧ୍ୟ ମୁସଲିମ୍ ଜମାତ ପକ୍ଷରୁ ସମ୍ମାନିତ କରାଯାଇଥିଲା । ଏବଂ ପ୍ରାକ୍ତନ କାଉନସିଲର ସେକ୍ ଜୁଲ୍ଫୁକାର କଲେଜ ଆଡମିଶନ ପାଇଁ ମୁର୍ସିଦ ଖାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ମୁର୍ସିଦ ଖାନ୍ଙ୍କ ବାପା ଜଣେ ଟ୍ରଲି ଚାଳକ ଥିଲେ । ୧୦ ବର୍ଷ ପୂର୍ବରୁ ରୋଗାଗ୍ରସ୍ତ ହୋଇ ଟ୍ରଲି ଚଳାଇବା ବନ୍ଦ କରିଦେବା ପରେ ମୁର୍ସିଦ ଖାନ୍ଙ୍କ ପାଠପଢାରେ ବାଧା ସୃଷ୍ଟି କରିଥିବାରୁ ତାଙ୍କ ବଡଭାଇ ରିକ୍ସା ଚଳାଇ ଯେଉଁ ଆୟ କରିଲେ, ସେହି ଆୟରୁ ଘର ଚଳୁଥିଲା । ଏବଂ ତା ସହିତ ପାଠପଢା ମଧ୍ୟ ହେଉଥିଲା । +୨ ବିଜ୍ଞାନ ପାଠପଢା ପରେ କୋଚିଂ ପାଇଁ ଅର୍ଥରାଶିର ବାଧା ଦେବାରୁ ତିନିଥର ଅସଫଳ ହୋଇ ଆକାଶ ସହାୟତାରେ ୪ର୍ଥ ଥର ପରୀକ୍ଷା ପାଇଁ ମୁର୍ସିଦ ଖାନ୍ଙ୍କ ଅକ୍ଳାନ୍ତ ପରିଶ୍ରମ ଓ ପ୍ରଚେଷ୍ଟା ବଳରେ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସଫଳ ହୋଇଥିବାରୁ ସମ୍ମାନିତ କରାଯାଇଥିଲା । ଏହି ସଭାରେ କମିଟିର କାର୍ଯ୍ୟକାରୀ ସଭାପତି ମହମ୍ମଦ ଜକାଉଲା, ସାଧାରଣ ସଂପାଦକ ଶେଖ ଏନାମ ମହମ୍ମଦ, ଯୁଗ୍ମ ସଂପାଦକ ଅବଦୁଲ ମୁକିତ ଖାଁ, ମନୱର ହୋସେନ, ହାଜି କାଶିମ ଖାଁ, ଶେଖ୍ ନିଜାମୁଦ୍ଦିନ୍, ଜାୱେଦ ଅଖତର, ଶେଖ୍ ଅବୁ କଲାମ, ମିଡିଆ ସେଲ୍ର ସଂପାଦକ ଶେଖ ଅନୱର, ସବିର ଅଲ୍ଲୀ, ରେଜାଏ ରସୁଲ, କୟୁମ ସାହା, ପ୍ରାକ୍ତନ କାଉନ୍ସିଲର ଶେଖ୍ ସାହିଦ ଅହେମ୍ମଦ, ପ୍ରାକ୍ତନ କାଉନସିଲର ଅସରଫ ଅଲ୍ଲୀ ପ୍ରମୁଖ ଉପସ୍ଥିତି ରହିଥିଲେ ।