Odiapua.com

ନିଜ ସର୍ଭିସରାଇଫଲରୁ ଗୁଳିଫୁଟାଇ ସିଆରପିଏଫ ଯବାନଙ୍କ ଆତ୍ମହତ୍ୟା

ମାଲକାନଗିରି, ୨୩ା୧୧ (ଓଡିଆ ପୁଅ ) ଆଜି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ସୁକୁମା ଜିଲ୍ଲା କୋଣ୍ଟା ଠାରେ ଥିବା ସିଆରପିଏଫ କ୍ୟାମ୍ପର ଜଣେ ଯବାନ ନିଜ ସର୍ଭିସ ରାଇଫଲରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଛନ୍ତି। ଆଜି ସକାଳେ କୋଟାଂ ସିଆରପିଏଫ କ୍ୟାମ୍ପର ୨୧୯ ବାଟାଲିୟନ ର ଯବାନ ସରତାଜ ସିଂ ନିଜ ସର୍ଭିସ ରାଇଫଲକୁ ନିଜ ବେକରେ ଲଗାଇ ଗୁଳି ଫୁଟାଇ ଦେଇଥିଲେ। ଗୁଳି ଫୁଟିବାର ଶବ୍ଦଶୁଣି ଅନ୍ୟ ଯବାନ ମାନେ ସେହି ବ୍ୟାରେକ ମଧ୍ୟକୁ ଯାଇ ଦେଖିଲାବେଳକୁ ସତରାଜ ସିଂ ରକ୍ତାକ୍ତ ଅବସ୍ଥାରେ ପଡିଛନ୍ତି। ତାଙ୍କ ନିକଟରେ ତାଙ୍କ ସର୍ଭିସ ରାଇଫଲ ମଧ୍ୟପଡିଛି। ବ୍ୟାରେକର ଅନ୍ୟ ଯବାନ ମାନେ ସଙ୍ଗେ ସଙ୍ଗେ ସ୍ଥାନୀୟ ହସପିଟାଲକୁ ନେଇଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତବୋଲି ଘୋଷଣା କରିଥିଲେ। ମୃତ ଯବାନଙ୍କ ଶବବ୍ୟବଛେଦ ପରେ ତାଙ୍କ ନିଜ ଘର ହିମାଚଳପ୍ରଦେଶ କାଙ୍ଗଡା ଗ୍ରାମକୁ ପଠାଇବାର ବ୍ୟବସ୍ଥା କରିବାସହ ସେ କାହିଁକି ଆତ୍ମହତ୍ୟା କଲେ ସେନେଇ ସୁକୁମା ଜିଲ୍ଲାପୁଲିସ ତଦନ୍ତ ଆରମ୍ଭ କରିଦେଇଛନ୍ତି।