Odiapua.com

ନିଜ ଭାଇର ଘରେ ନିଆଁ ଲଗାଇଲା ଭାଇ

କଟକ ୧୨ା୫ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କଟକ ଜିଲ୍ଲା ନରସିଂହପୁର ବ୍ଲକ୍‌ରେ ଏକ ପାରିବାରିକ ଦ୍ୱନ୍ଦକୁ ନେଇ ଦୁଇ ଭାଇଙ୍କ କଳହ ଲାଗିଥିଲା।
ଶେଷରେ ଘରପୋଡି ଭଳି ଅଭାବନୀୟ କାଣ୍ଡ ଘଟିବା ଦେଖିବାକୁ ମିଳିଛି। ଘଟଣାରୁ ପ୍ରକାଶ ନରସିଂହପୁର ବ୍ଲକ୍ ବାପି ସାହି ନଖରା ପଡା ଗ୍ରାମରେ ଦୁଇ ଭାଇଙ୍କ ମଧ୍ୟରେ ଲାଗିରହିଥିବା ବିବାଦ କାରଣରୁ ଜଣେ ଭାଇ ଆର ଭାଇର ୫ ବଖରା ଘରେ ନିଆଁ ଲଗାଇବା ଅଭିଯୋଗ ହୋଇଛି। ଫଳରେ ନିଆଁ ଲାଗିଥିବା ଭାଇର ୫ ବଖରା ଘର ନିଆଁରେ ପୋଡି ପାଉଁଷ ହୋଇଯାଇଥିବା ସ୍ଥାନୀୟ ଅଗ୍ନିଶ୍ରମ ବିଭାଗ ପକ୍ଷରୁ ସୂଚନା ମିଳିଛି। ନିଜ ଭାଇର ଘର ପୋଡିବା ଅଭିଯୋଗରେ ଅଭିଯୁକ୍ତ ବିରଞ୍ଚି ଅମାନ୍ତକୁ ପୁଲିସ ଗିରଫ କରିଥିବା ସୂଚନା ମିଳିଛି।