Odiapua.com

ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ମହିଳା

ମୁମ୍ବାଇ,୨୪/୦୮,(ଓଡ଼ିଆ ପୁଅ ପି ନାୟକ): ବଲିଉଡରେ ଅଭିନେତାମାନେ ଅନେକ ଦିନ ରାଜ କରୁଛନ୍ତି। କିନ୍ତୁ ଏହି ଷ୍ଟାର ଅଭିନେତାଙ୍କ ସଫଳତା ପଛରେ ରହିଥିବା ଲେଡି ଦବଙ୍ଗମାନଙ୍କର ଇଣ୍ଡଷ୍ଟ୍ରୀରେ କମ୍‌ ଅବଦାନ ରହିଛି। ଏମାନେ ଟିକେ ଫିଲ୍ମ ଜଗତରୁ ଦୂରେଇ ରହି ନିଜର କାର୍ଯ୍ୟଧାରା ଆପଣାଇଥାନ୍ତି। ଯେଉଁମାନେ ଏହି ଫିଲ୍ମ ଇଣ୍ଡଷ୍ଟ୍ରୀରେ ସକ୍ରିୟ ନାହାନ୍ତି, ସେମାନେ ତାଙ୍କ ପତିମାନଙ୍କ ଯୋଗୁଁ ପରିଚିତ ଥାନ୍ତି।

ଏପରି କେତେକ ଷ୍ଟାରମାନଙ୍କ ପତ୍ନୀ ରହିଛନ୍ତି, ଯେଉଁମାନେ ନିଜ ପତି ନୁହେଁ ବରଂ ନିଜର କାର୍ଯ୍ୟ ଯୋଗୁଁ ନିଜର ସ୍ୱତନ୍ତ୍ରତା ବଜାୟ ରଖିଛନ୍ତି। ଶାହରୁଖଙ୍କ ପତ୍ନୀ ଗୌରୀ, ଜନଙ୍କ ପତ୍ନୀ ପ୍ରିୟା, ଇମ୍ରାନ ହାସମୀଙ୍କ ପତ୍ନୀ ପରବିନ, ବିବେକ ଓବରୟଙ୍କ ପତ୍ନୀ ପ୍ରିୟଙ୍କା ଅଭିନୟ ଠାରୁ ଦୂରରେ ରହି ନିଜ ନିଜର ପରିଚିତି ହାସଲ କରିପାରିଛନ୍ତି।

ଏମାନଙ୍କ ମଧ୍ୟରେ ଅଭିନେତା ସୁନୀଲ ସେଟ୍ଟୀଙ୍କ ପତ୍ନୀ ମାନା ସେଟ୍ଟୀ ଜଣେ ଉଦ୍ୟୋଗୀ। ତାଙ୍କୁ ବଲିଉଡର ‘ଲେଡି ଅମ୍ବାନୀ’ ମଧ୍ୟ କୁହାଯାଉଛି। ମାନା ସୁନୀଲଙ୍କ ପତ୍ନୀ ନୁହେଁ ବରଂ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ମାନା ଘର ସମ୍ଭାଳିବା ସହ ବିଜନେସ ମଧ୍ୟ ସମ୍ଭାଳନ୍ତି। ଏହାଛଡା ସେ ଜଣେ ସମାଜସେବିକା ମଧ୍ୟ। ମାନା ସୁନୀଲ ସେଟ୍ଟୀଙ୍କ ସହିତ ମିଶି ଏସ ୨ ନାମକୁ ଏକ ରିଅଲ ଇଷ୍ଟେଟ ପ୍ରୋଜେକ୍ଟ ଆରମ୍ଭ କରିଥିଲେ। ଏହି ପ୍ରୋଜେକ୍ଟରେ ମୁମ୍ବାଇରେ ୨୧ଟି ବିଳାସପୂର୍ଣ୍ଣ ଭିଲ୍ଲା ନିର୍ମାଣ କରାଯାଇଛି।

ଏହାଛଡା ଏକ ଲାଇଫଷ୍ଟାଇଲ ଷ୍ଟୋର ମଧ୍ୟ ଚଲାନ୍ତି ମାନା। ‘ସେଭ୍‌ ଦ ଚିଲଡ୍ରେନ ଇଣ୍ଡିଆ’ ନାମକ ଏକ ଏନଜିଓ ସହିତ ଜଡିତ ମାନା। ଏହି ସଂସ୍ଥା ପାଇଁ ମାନା ଫଣ୍ଡ ସଂଗ୍ରହ କରିଥାନ୍ତି। ଏଥିପାଇଁ ମାନା ବେଳେ ବେଳେ ଆରାଇଜ ନାମକ ପ୍ରଦର୍ଶନୀ ଶୋ ମଧ୍ୟ କରିଥାନ୍ତି । ଏଥିରୁ ଆୟ ହେଉଥିବା ପଇସାକୁ ଯୁବତୀ ଏବଂ ମହିଳାମାନଙ୍କ ଆବଶ୍ୟକୀୟ କାର୍ଯ୍ୟରେ ଲଗାନ୍ତି।