ଭଦ୍ରକ, ୧୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କଥାରେ ଅଛି “ଚାଷକାମ ଯାହାର କେତେ ସୁଖ ତାହାର ସେହି ସିନା ଯୋଗାଉଛି ଦୂନିଆ କୁ ଆହାର” ।ଏହି କଥାର ମହତ୍ୱକୁ ମର୍ମେମର୍ମେ ହୃଦୟଙ୍ଗ କରିଛନ୍ତି ବନ୍ତବ୍ଲକ ବସନ୍ତିଆ ପଂଚାୟତ ସିଲନ୍ଦି ଗ୍ରାମର ରମାକାନ୍ତ ସାହୁ । ପାଠପଢ଼ି ଚାକିରୀ ଅନ୍ୱେଷଣ ରେ ଉଦ୍ୟମ କରି ସରକାରୀ ଚାକିରୀ ମିଳିପାରିନଥିଲା । ନିଜ ଉଦ୍ୟମରେ ଚାଷକରି ନିଜର ଦୀବନ କୁ ପ୍ରତିପୋଷଣ ପାଇଁ ମନ ବଳାଇ ଥିଲେ । ପ୍ରଥମେ ନିଜ ବାଡ଼ିରେ କିଛି ପରିବା ଚାଷ କରି ବେଶ ଖୁସି ଅନୁଭବ କରିବା ସହ ଏଥିପ୍ରତି ଆଗ୍ରହ ବୃଦ୍ଧି ପାଇଥିଲା । ହେଲେ ୧୯୯୯ ମହାବାତ୍ୟାରେ ତାଙ୍କର ଆଶା ଆଶାରେ ରହିଗଲା । ଶ୍ରମ ଅର୍ଥବ୍ୟୟ କରି କରିଥିବା ଫସଲ ନଷ୍ଟ ହୋଇଯାଇଥିଲା । ପରେ ନିଜ ପଂଚାୟତ ବସନ୍ତିଆ ରେ ୨୦୦୨ ମସିହାରେ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇ ଜନସାଧାରଣ ଙ୍କର ସେବା କରିଥିଲେ । ନିଜର ଭବିଷ୍ୟତ ଆଉ ପରିବାର ପ୍ରେତି ପୋଷଣ ପାଇଁ ଅର୍ଥର ଆବଶ୍ୟକ ପଡ଼ିବାରୁ ଯୋଡ଼ା ଯାଇଁ ସେଠାରେ ମାଇନିଂ ଫାରମସ ରେ କାର୍ଯ୍ୟକରିଥିଲେ । ଅଧିକ ରୋଜଗାର କରି ନିଜର ଗୃହକୁ ଫେରିଥିଲେ । ସେଠାରେ ମଧ୍ୟ ଉନ୍ନତି ପ୍ରଣାଳୀରେ ଚାଷ ପ୍ରତି ଆଗ୍ରହ ଜମିଥିଲା । ପରେ ନିଜର ଉଦ୍ୟମ ବଳରେ ସେ ନିଜ ଗୃହ ପାଶ୍ୱରେ ଥିବା ୫ଏକର ବିଶିଷ୍ଟ ଚାଷ ଜମିରେ ମାଛ ଚାଷ, ବିଭିନ୍ନ ପନିପରିବା, ଫଳ ,ଡାଲି , ତୈଳବୀଜ ,ନଡ଼ିଆ,ଭିଏନ ଆର ପିଜୁଳି,ଟାଇୱାନ ପିଙ୍କ ପିଜୁଳି,କାଶ୍ମୀର ଆପୋଲ,ବର କୋଳି,ସଜନା,ପୋଟଳ, ବିଭିନ୍ନ କିଶମ ଆମ୍ବ,ଆଦି ଚାଷ କରି ଏବେ ସେ ବହୁ ଆନଂଦ ପାଆନ୍ତି । ଏହି ଚାଷ କରି ତାଙ୍କ ଅଚଂଳର ରେ ଲୋକ ମାନଙ୍କର ଆତ୍ୟାବଶ୍ୟକତା କୁ ମଧ୍ୟ ପୁରଣ ସହ ଅନ୍ୟମାନଙ୍କୁ ପ୍ରେରଣା ଯେଗାନ୍ତି । ।
ତାଙ୍କ ର ଫାରମରେ ତିନିଜଣ ବ୍ୟକ୍ତି ଦୈନଦିନ କାର୍ଯ୍ୟକରି ନିଜର ପରିବାର ପ୍ରତିପୋଷଣ କରନ୍ତି । ବିଭିନ୍ନ ଫସଲ ଚାଷ ପାଇଁ ୩୦ଲକ୍ଷ ଟଙ୍କା ଖର୍ଚ୍ଚ ରହିଥିଲେ ମଧ୍ୟ ମାସିକ ୫୦ ହଜାରରୁ ଅଧିକ ଟଙ୍କା ରୋଜଗାର କରନ୍ତି । ଏହି ଚାଷ ପାଇଁ ସେ ଯେତିକ ଅର୍ଥ ବ୍ୟୟକରୁଛନ୍ତି । ସେଥିରୁ ସେ ଭଲ ଅର୍ଥ ଲାଭ କରିପାରୁଛନ୍ତି ବୋଲି ସେ ପ୍ରକାଶ କରନ୍ତି । ବର୍ତମାନ ବିଭିନ୍ନ ଫସଲରେ ବହୁ ପରିମାଣରେ ବିଶାକ୍ତ କୀଟନାଶକ,ପ୍ରୟୋଗ କରି ଅଧିକ ଆମଦାନୀ କରୁଥିବା ବେଳେ ସେ ନିଜେ ନିଜର ବୁଦ୍ଧିରେ ଆବଶ୍ୟକୀୟ ପରିମାଣରେ କଂପୋଷ୍ଟ ଖତ ,ସାର ପ୍ରୟୋଗ କରି ବେଶ ଅଧିକ ସଫଳ ପାଇପାରୁଥିବାର ପ୍ରକାଶ କରନ୍ତି । ତଯକା ତଥା ବିନା କୀଟନାଶକ ରେ ଉକ୍ତ ଫସଲ ଆମଦାନୀ ହେଉଥିବାରୁ ଅଂଚଳବାସୀ ଏହାକୁ ନେବାକୁ ଆଗ୍ରହ ପ୍ରକାଶ କରନ୍ତି । ସେ କହନ୍ତି ଚାଷ ପାଇଁ ଅଧିକ ଅର୍ଥର ଆବଶ୍ୟକତା ନାହିଁ ,ଜମିକୁ ଉପଯୁକ୍ତ ଭାବେ ହଳକରି ,ସେଥିରେ ଆମ ଅଂଚଳରେ ମିଳୁଥିବା କଂପେଷ୍ଟ ଖତକୁ ପକାଇ ବିଶୋଧିତ ବିହନ ବୁଣିବା ସହ ଉପଯୁକ୍ତ ସମୟରେ ଜଳ ଶୋଚନ କଲେ ଭଲ ଫସଲ ଅମଳ ହୋଇଥାଏ । ଆମ୍ଭେ ମାନେ ଧାନଫସଲ ପାଇଁ ଯେତେ ପରିଶ୍ରମ ଖର୍ଚ୍ଚ କରିବାକୁ ପଡ଼େ ତାହା ଠାରୁ କମ ପରିଶ୍ରମ ଓ ଖର୍ଚ୍ଚରେ ଏହି ଫସଲ ଉପ୍ତାଦିତ ହୋଇଥାଏ । ଏହା ଦ୍ୱାରା ଦୈନ ଦିନ ଆବଶ୍ୟକ ପଡ଼ୁଥିବା ପରିବା ପତ୍ର, ଫଳ,ମାଛ ସହ ତୈଳ ଓ ଡ଼ାଲି ଜାତୀୟ ଉପ୍ତାଦନ କରି ନିଜେ ଓ ଉକ୍ତ ଅଂଚଳର ଲୋକମାନେ ଉପକୃତ ହୋଇଥାନ୍ତି । ବର୍ତମାନ ଯେପରି ପନିପରିବା ,ମାଛ,ଫଳ ସହ ତୈଳଦର ଦିନକୁ ଦିନ ଆକାଶ ଛୁଆଁ ହେଉଛି ଏଥିରୁ ତ୍ରାହି ପାଇଁ ନିଜ ନିଜର କ୍ଷେତରେ ପନିପରିବା ସହ ଫଳ ,ମାଛ ଚାଷ କରି ନିଜେ ସବାଲମ୍ବୀ ହେବ ଏକାନ୍ତ ଜରୁରୀ ହୋଇଛି । ଶିକ୍ଷା ଲାଭକରି ବେକାରୀ ସମସ୍ୟା ବୃଦ୍ଧି ,ଦରଦାମ ଆକାଶ ଛୁଆଁ ହୋଇଥିବାରୁ ଆଗ୍ରହୀ ବ୍ୟକ୍ତି ବିଶେଷ ମାନେ ନିଜ ନିଜ ବାଡ଼ିରେ ଚାଷ କରି ନିଜେ ସୁଖରେ ବଂଚିବା ସହ ସ୍ୱାବଲମ୍ବି ହେବାପାଇଁ ସେ ଅନ୍ୟମାନଙ୍କୁ ଆହ୍ୱାନ ଦିଅନ୍ତି ।