Odiapua.com

ନିଜର ଚାରି ଛୋଟ ସନ୍ତାନଙ୍କୁ ଘରେ ଛାଡ଼ି ପ୍ରେମିକ ସହ ଫେରାର

ବଲାଙ୍ଗୀର/ଟିଟିଲାଗଡ ୧୧-୦୧ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ ପୌରପରିଷଦ ଅନ୍ତର୍ଗତ ୧୪ ନଂ ୱାର୍ଡ ରେ ଶମ୍ଭୁ ବିଶି(୩୮)ନାମକ ଜଣେ ଯୁବକ ଚାରୋଟି ଛୋଟ, ଛୋଟ ଶିଶୁ ଥିବା ଏକ ବିବାହିତା ମହିଳା ଉକ୍ତ ଯୁବକ ସହ ଫେରାର ହୋଇଯାଇଥିବା ଜଣାଯାଇଛି। ସୂଚନା ଅନୁଯାୟୀ, ଟିଟିଲାଗଡ ସହର ସ୍ଥିତ ୱାର୍ଡ ନଂ ୧୪ ରେ ମିନା ବାଗ(୩୫) ଛଦ୍ମନାମ ତାଙ୍କ ସ୍ବାମୀ ଓ ଚାରୋଟି ଶିଶୁ ସହ ରହିଆସୁଥିଲେ। ବଡ଼ ଶିଶୁ ସାତ ବର୍ଷ ର ହୋଇଥିବା ବେଳେ ଅନ୍ୟ ତିନି ଶିଶୁ ଙ୍କୁ ନେଇ ତାଙ୍କ ସ୍ବାମୀ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି। ଉକ୍ତ ଯୁବକ ଶମ୍ଭୁ ପୂର୍ବେ ବିବାହ କରିଥିବା ଓ ଏକ ସନ୍ତାନ ଥିବା ବେଳେ ଗତ କିଛି ମାସ ହେଲା ଘରୋଇ ବିବାଦ ଯୋଗୁଁ ତାଙ୍କ ସ୍ତ୍ରୀ ତାଙ୍କୁ ଛାଡିଚାଲି ଯାଇଥିଲେ, ଓ ଉକ୍ତ ମାମଲା କୋର୍ଟ ରେ ବିଚାରାଧୀନ ରହିଛି। ବର୍ତ୍ତମାନ ଉକ୍ତ ଚାରୋଟି ସନ୍ତାନକୁ ମହିଳା ଘରେ ଛାଡ଼ିଦେଇ ଉକ୍ତ ଉକ୍ତ ଶମ୍ଭୁ ବିଶି ସହ କେଉଁଆଡ଼େ ଫେରାର ହୋଇଯାଇଛି। ଏ ନେଇ ଥାନାରେ ଏକ ଏତଲା ଦାୟର କରାଯାଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି।