Odiapua.com

ନିଖୋଜ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପାଳଲହଡା,୩0/୭(ଓଡ଼ିଆ ପୁଅ/ନିହାର ରଞ୍ଜନ ସାମଲ): ଅନୁଗୋଳ ଜିଲ୍ଲା ପାଳଲହଡା ଟାଉନ ସାମନ୍ତ ସାହିର ଯୋଗେଶ୍ୱର ସେଠୀ(୬୫)ଙ୍କ ଝୁଲନ୍ତା ମୃତଦେହ ପୋଲିସ  ବାଙ୍କଦର ଜଙ୍ଗଲ ନିକଟ ଏକ ଗଛରୁ ଉଦ୍ଧାର କରିଛି।ଯୋଗେଶ୍ୱର ୩ ଦିନ ହେଲା ନିଖୋଜ ଥିଲେ। ସୂଚନା ଅନୁଯାୟୀ ଗତ ସୋମବାର ଯୋଗେଶ୍ୱର ସାଇକେଲରେ କେନ୍ଦୁଝର ଆଡ଼କୁ ଯାଇଥିବା ୪୯ନମ୍ବର ଜାତୀୟ ରାଜପଥରେ ଯାଇଥିବା କିଛି ଲୋକ ଦେଖିଥିଲେ।ପରିବାର ସଦସ୍ୟ ତାଙ୍କୁ ଖୋଜିବା ସହ ଏ ସମ୍ପର୍କରେ ଥାନାକୁ ଜଣାଇଥିଲେ। ସେଦିନ ଠାରୁ ଯୋଗେଶ୍ୱର ଆଉ ଫେରି ନଥିଲେ। ଟାଉନ ଠାରୁ ୪କି.ମି ଦୂର ବାଙ୍କଦର ଜଙ୍ଗଲ ନିକଟ ଏକ ଗଛରେ ଗୋଟିଏ ଶବ ଝୁଲୁଥିବା ପୋଲିସ ଖବର ପାଇଥିଲା ପାଳଲହଡା ଥାନାଧିକାରୀ କିଶୋର ସାମଲ ସଦଳବଳ ପହଞ୍ଚି ଦମକଳ ବାହିନୀ ସହଯୋଗରେ ଶବଟିକୁ ଜବତ କରିଥିଲେ। ଯୋଗେଶ୍ୱର କୌଣସି କାରଣରୁ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପ୍ରାଥମିକ ତଦନ୍ତରୁ ସନ୍ଦେହ ସୃଷ୍ଟି ହୋଇଛି ବୋଲି ପୋଲିସ ସୂଚନା ଦେଇଛି।