Odiapua.com

ନିଖୋଜ ପତ୍ନୀକୁ ନପାଇ ମିୟମାଣ ସ୍ୱାମୀ

ବାଲେଶ୍ୱର, ୨୫ା୨(ଓଡ଼ିଆ ପୁଅ/ଅଭୟ ଦାସ): ଦୀର୍ଘ ଦେଢ଼ମାସ ଧରି ସ୍ୱାମୀ ଓ ଆଠବର୍ଷର ପୁଅକୁ ଛାଡ଼ି କୁଆଡ଼େ ନିଖୋଜ ହୋଇ ଯାଇଥିବା ପତ୍ନୀ ସମ୍ପର୍କରେ ଜାଣିବା ପାଇଁ ସିଂଲା ଥାନା ଚକସାର୍ଥା ଅଞ୍ଚଳର ଯୁବକ ତାପସ ପାତ୍ର ଜିଲା ପୁଲିସଠାରେ ଗୁହାରୀ କରିଛି। ୨୦୧୧ ମସିହାରେ ବାହାବଳପୁର ଅଞ୍ଚଳରୁ ସୋନାଲିଙ୍କୁ ସେ ବିବାହ କରିଥିଲେ। ତାଙ୍କର ଏବେ ୮ ବର୍ଷର ପୁଅଟିଏ ଅଛି। ତାପସ ଚିଙ୍ଗୁଡ଼ିଘେରୀରେ କାର୍ଯ୍ୟ କରିବା ସହିତ ସମୁଦ୍ରକୁ ଭୁଟୁଭୁଟିରେ ମାଛଧରିବାକୁ ଯାଇ ପରିବାରର ଗୁଜରାଣ ମେଣ୍ଟାଉଥିଲେ। ୨୦୧୯ ମସିହାରେ ଏମିତି ଥରେ ସମୁଦ୍ରରୁ ଫିସିଂ କରି ଫେରିବା ପରେ ଘରେ ପତ୍ନୀ ଓ ପୁଅକୁ ନପାଇ ତାବସ ମ୍ରିୟମାଣ ହୋଇ ପଡ଼ିଥିଲେ। ବହୁ ଖୋଜଖୋଜି ପରେ ପୁଲିସ ତାଙ୍କୁ ଭୁବନେଶ୍ୱରରୁ ଉଦ୍ଧାର କରିଥିଲେ। ଧାମରା କଇଁଥକୋଲା ଅଞ୍ଚଳର ବିକାଶ ନାମକ ଯୁବକଙ୍କ ସହିତ ସେ ଭୁବନେଶ୍ୱରେ ପଳାଇ ଯାଇଥିଲେ। ତେବେ ଘର ଫେରିବା ପରେ ସବୁକିଛି ଠିକ ଠାକ ଚାଲିଥିଲେ ବି ଗତ ଜାନୁଆରୀ ୧୧ ତାରିଖରେ ତାପସ ସମୁଦ୍ରରୁ ଫିସିଂରୁ ଆସି ଘରେ ପୁଅ ମାନସକୁ ଦେଖିଥିଲେ ବି ସୋନାଲିର କୌଣସି ପତ୍ତା ମିଳିନଥିଲା। ପତ୍ନୀ ଘରେ ନଥିବା ବେଳେ ୮ ବର୍ଷର ପୁଅର ଲାଳନପାଳନ ତାଙ୍କ ପାଇଁ ଦୁର୍ବିସହ ହୋଇପଡ଼ିଛି ବୋଲି ତାପସ କହିଛନ୍ତି। ସୋନାଲି କାହା ସହ ପୁଣି ଚାଲି ଯାଇଛି, କେଉଁଠି ଅଛି, ତାହାକୁ ନେଇ ତାପସ ଥାନାରେ ଏତଲା ଦେଇଥିଲେ ବି ଅଦ୍ୟାବଧି କୌଣସି ଖବର ମିଳି ନଥିବା ସେ କହିଛନ୍ତି। ଯଦି କେହି ବ୍ୟକ୍ତି ସୋନାଲିଙ୍କ ସମ୍ପର୍କରେ ସୂଚନା ଦେବେ ତାଙ୍କୁ ତାପସ ୧୦ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିବେ ବୋଲି କହିଛନ୍ତି। ୭୩୨୫୯୮୮୯୬୫ ଓ ୭୬୮୩୯୧୪୫୫ ନମ୍ବରରେ ଜଣାଇବା ପାଇଁ ସେ ନିବେଦନ କରିଛନ୍ତି।