Odiapua.com

ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା ମହାସଂଘର ଜିଲାସ୍ତରୀୟ ସମ୍ମିଳନୀ

ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରୀପୋଖରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାରିକପୁର କଲେଜ ନିକଟସ୍ଥ ଖେଳପଡ଼ିଆ ଠାରେ “ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା ମହାସଂଘ” ଭଦ୍ରକ ଜିଲ୍ଲାର ଏକ ଜିଲ୍ଳା ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବରେ ବିଜୁ ଶ୍ରମିକ ସାମ୍ମୁଖ୍ୟ ର ରାଜ୍ୟ ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ରାଜ୍ୟ ମହାସଂଘ ତରଫରୁ ବିଶିଷ୍ଟ ଅତିଥି ଭାବେ ରାଜ୍ୟ ସଭାପତି ଯୋଗେନ୍ଦ୍ର ସ୍ୱାଇଁ, ରାଜ୍ୟ ମୂଖ୍ୟ ସଂଯୋଜକ ନିରଞ୍ଜନ ପାତ୍ର ଓ ପ୍ରଦୀପ ନାୟକ, ରାଜ୍ୟ ଉପଦେଷ୍ଟା ବିମଳ କୁମାର ଦାସ, ଉପସଭାନେତ୍ରୀ ସୁମିତ୍ରା ରଥ ଓ ସଞ୍ଜୁକ୍ତା ବିଷୋୟୀ, ରାଜ୍ୟ କୋଷାଧ୍ୟକ୍ଷ ସନ୍ଧ୍ୟାରାଣୀ ସ୍ୱାଇଁ, ରାଜ୍ୟ ସମ୍ପାଦକ ବିଜୟ ରଥ ଓ ଜଗନ୍ନାଥ ମୁଦୁଲି ଙ୍କ ସମେତ ଭଦ୍ରକ ଜିଲ୍ଲାର ସଭାନେତ୍ରୀ ଶ୍ରୀମତୀ ନନ୍ଦିତା ଦାସ, ଉପସଭାନେତ୍ରୀ ଜୟଶ୍ରୀ ବାରିକ, ସାଧାରଣ ସମ୍ପାଦିକା ପ୍ରତିମା ସେନାପତି ଏବଂ ସମସ୍ତ କମିଟି ବୃନ୍ଦ ଉପସ୍ଥିତ ରହି ଆଗାମୀ ବିଧାନସଭା ଅଧିବେଶନ ବେଳେ ଭୁବନେଶ୍ୱର ଠାରେ ପ୍ରତିବାଦ ସ୍ୱରୂପ ମଧ୍ୟାହ୍ନ ଭୋଜନ ରୋଷେଇ ବନ୍ଦ କରି ପାଂଚ ଦଫା ଦାବି ପୂରଣ ପାଇଁ “ହାଣ୍ଡି ଛାଡ଼ ମହା ବିକ୍ଷୋଭ” ରାଲି କରିବା ପାଇଁ ନିଷ୍ପତି ନିଆଯାଇଅଛି।