Odiapua.com

ନିଖିଳ ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ ମଣ୍ଡଳ ଶାଖା ପକ୍ଷରୁ ସଂସ୍କୃତ ମହୋତ୍ସବ ପାଳିତ

ମାଲକାନଗିରି,୨୯ା୮ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାସଦର ମହକୁମାସ୍ଥ ବୁଟିଗୁଡା ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିସରରେ ନିଖିଳ ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ ମଣ୍ଡଳ ପକ୍ଷରୁ ସଂସ୍କୃତ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ସଂସ୍କୃତ ଶିକ୍ଷକ ସଂଘ ର ସଭାପତି ଭ୍ରମରବର ମଲ୍ଲିକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷାଅଧିକାରୀ ମାନସ ଜେନା,ମୁଖ୍ୟବକ୍ତାଭାବେ ଶିକ୍ଷାବିତ ପ୍ରକାଶ ଚନ୍ଦ୍ର ପଟନାୟକ, ସମ୍ମାନିତ ଅତିଥିଭାବେ ଅଧ୍ୟାପକ ଡ.ରଜଂନ କୁମାର ସ୍ୱାଇଁ,ଗୋଦାବରିଶ ଦାଶ,ପ୍ରକାଶ ଚନ୍ଦ୍ର ନାୟକ ମଚଂଶିନ ରହି ସଂସ୍କୃତ ଭାଷାକୁ ସବୁ ଭାଷାର ମା ଏହାକୁ ଦେବ ଭାଷା ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁଜୁକୁମାର ପଣ୍ଡା,ଲକ୍ଷମ୍ମିକାନ୍ତ ପାଣିଗ୍ରାହୀ,ଗୋପିନାଥ ପରିଡା,ଜଗବନ୍ଧୁ ଜେନା,ରତନ ଆଚାର୍ଯ୍ୟ,ବାସୁଦେବ ପଣ୍ଡା,ରଶ୍ମିତା ମହାରଣା,ଶୁଭସ୍ମିତା ନନ୍ଦ,ଇତି ଶ୍ରୀ ସାହୁ,ଶରତ ଚନ୍ଦ୍ର ଦାଶ ପ୍ରମୁଖ ଉପସ୍ଥିତ ରହି ସଂସ୍କୃତ ଭାଷା ସଂପର୍କରେ ଆଲୋଚା କରିଥିଲେ ।