Odiapua.com

ନିଖିଳ ଉତ୍କଳ ବାରିକ ସମିତିର ବୈଠକ

ତିର୍ତ୍ତୋଲ ୬ା୧ (ଓଡ଼ିଆ ପୁଅ/ଟୁକନ ସେଠୀ) – ନିଖିଳ ଉତ୍କଳ ବାରିକ ସମିତି ଜଗତସିଂହପୁର ଜିଲ୍ଲା ଶାଖା ପକ୍ଷରୁ ଏକ ବୈଠକ ତାରତୋଲ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଜଗତସିଂହପୁର ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ କିଶୋର ବାରିକ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟଅତିଥି ଭାବେ ରାଜ୍ୟ ସମିତିର ସଭାପତି ହେମନ୍ତ କୁମାର ବାରିକ ଓଡ଼ିଶା ପ୍ରଦେଶ କଂଗ୍ରେସ ଓ.ବି.ସି ସେଲର ଅଧ୍ୟକ୍ଷ ବିଷ୍ଣୁ ଚରଣ ବାରିକ କଟକ ଜିଲ୍ଲା ସଭାପତି ଅକ୍ଷୟ କୁମାର ବାରିକ ଜିଲ୍ଲା ଉପଦେଷ୍ଟା ବିନୟ ବାରିକ ପ୍ରମୁଖ ଯୋଗଦେଇଥିଲେ। ଜିଲ୍ଲା ଉପ-ସଭାପତି ସୌରି ପ୍ରସାଦ ବାରିକ, ଜିଲ୍ଲା ସଂପାଦକ ଆଡଭୋକେଟ୍ ହେମନ୍ତ କୁମାର ବାରିକ, କାର୍ଯ୍ୟକାରୀ ସଂପାଦକ ନାରାୟଣ ବରିକ, ଜିଲ୍ଲା କୋଷାଧ୍ୟକ୍ଷ ଧୃବ ଚରଣ ବାରିକ ଙ୍କ ସମେତ ଜିଲ୍ଲାରେ ଥିବା ଆଠଗୋଟି ବ୍ଲକ ଓ ଦୁଇଟି ପୌରପାଳିକାର ସଭାପତି, ସଂପାଦକ ଓ କର୍ମକର୍ତ୍ତା ମାନେ ଯୋଗଦେଇ ବାରିକ ସମାଜର ବିଭିନ୍ନ ସମସ୍ୟାର ସଂପର୍କରେ ଆଲୋଚନା କରିବା ସହିତ ସରକାରଙ୍କ ନିକଟରେ ତାହାର ଉପସ୍ଥାପନା ପାଇଁ ସ୍ଥିର କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଉପସଭାପତି ସୌରି ପ୍ରସାଦ ବାରିକ ସଂଯୋଜନା କରିଥିବା ବେଳେ ହେମନ୍ତ କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।