Odiapua.com

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଫେଡ୍ରେସନର ସଂଘଦିବସ ପାଳନ

ମାଲକାନଗିରି, ୭।୧ (ଓଡିଆ ପୁଅ ) ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଫେଡ୍ରେସନ ମାଲକାନଗିରି ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲା ସଭାପତି ରଞ୍ଜିତ କୁମାର ନାୟକ(ରଣି)ଙ୍କ ଅଧ୍ୟକ୍ଷତାରେ ସଂଘ ଦିବସ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟଅତିଥି ଭାବେ ସାହିତ୍ୟ ଏକାଡେମୀ ସଦସ୍ୟ ରତ୍ନାକର ଦାଶ, ମୁଖ୍ୟବକ୍ତା ଭାବେ ସଂଘର ଉପଦେଷ୍ଟା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନାରାୟଣ ଚନ୍ଦ୍ର ଭୋଳ, ସମ୍ମାନିତ ଅତିଥି ଭାବେ ସଂଘର ସଂପାଦକ ରମେଶ ଚନ୍ଦ୍ର ସ୍ୱାଇଁ ସଂଘର ପୂର୍ବତନ ସଭାପତି ଦେବରାଜ ସାହୁ, ବାଲ ରାଜୁ ପାଢି ପ୍ରମୁଖ ଯୋଗଦେଇ ଶିକ୍ଷକ ସଂଘର ପତାକା ଉତ୍ତୋଳନ କରି ସଂଘ ଦିବସର ତାତ୍ପର୍ଯ୍ୟ ସଂପର୍କରେ ଉଦବୋଧନ ଦେଇଥିଲେ। ଏହି ଅବସରରେ ଅନ୍ୟାନ୍ୟମାନଙ୍କ ମଧ୍ୟରେ ଗଣେଶ ଜେନା, ରାମପ୍ରସାଦ ପାଡି, ଅମୃତଲାଲା ସରକାର, ଅଜୟସ୍ୱାଇଁ, ଗୌରଶ୍ୟାମ ମହାନ୍ତି, ଗଣେଶ ମଜୁମଦାର, ତାରକ ମଣ୍ଡଳ, ମନୋରଜଂନ ସେଠୀ, ଜୟଦେବ ରାଉଳ, ଚିତରଂଜନ ସରକାର, ସରୋଜଦୋରା, ମନୋରଂଜନ ବେହେରା, ରଜିଂତ ମାଲି, ପ୍ରଶାନ୍ତ ବେହେରା, ଶାନ୍ତନୁ ପରିଡା, ବିଜୟ ଦାସ, ଶରତ ମଲିକ, ଶିମାଚଂଳ ଭୁୟାଂ, ସପନ ବାଲା, ଶ୍ରୀକାନ୍ତ ପ୍ରଧାନ, ପ୍ରଶାନ୍ତ ସମନ୍ତରାୟ, ଖଗେଶ୍ୱର ରାଉତ, କବି ମଲିକ, ସୁର୍ଯ୍ୟ ଚୌଧୁରୀ, ମାଲା ସୁବା ରାଓ, ବସନ୍ତ ପାଢି, ମହିରି ସରକାର, ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇ ବିଭିନ୍ନ ଅଚଂଳର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥେଲ। ଶେଷରେ ଶିକ୍ଷକ ଗୌରୀ ସ୍ୟାମ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।