ଭଦ୍ରକ, ୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ଦ୍ୱାରା ଭଦ୍ରକ ସହର ସ୍ଥିତ ଭାଗବତ କଲ୍ୟାଣ ମଣ୍ଡପରେ “ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ”ର ୮୧ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ରାଜ୍ୟ ଫେଡେରେସନର ମହାସଚିବ ଚାରୁଲତା ମହାପାତ୍ର ସଙ୍ଘୀୟ ପତାକା ଉତୋଳନ କରିବାପରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଏକ ଶୋଭାଯାତ୍ରାରେ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ଡ. ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସେଠାରୁ ଫେରି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ପ୍ରଦୀପ କୁମାର ଦାସଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଉକ୍ତ ବୈଠକରେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ବାସୁଦେବପୁର ବିଧାୟକ ଅଶୋକ ଦାସ, ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ, ସହକାରୀ ଜିଲ୍ଲାପାଳ କାର୍ତିକ ନାଥ ମଣ୍ଡଳ, ଭଦ୍ରକ ବ୍ଲକ୍ ଅଧ୍ୟକ୍ଷା ଉର୍ମିଳା ନାୟକ, ଏ ୟୁ ପି ଟି ଏଫ୍ ର ଉପ ସଭାପତି ସୁରେନ୍ଦ୍ର କୁଲଦୀପ ପ୍ରମୁଖ ଯୋଗଦେଇ ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟା ତଥା ସଂଗଠନର ଭୂମିକା ସମ୍ପର୍କରେ ଅଭିଭାଷଣ ରଖିଥିଲେ। ଅତିଥି ମାନଙ୍କୁ ମଞ୍ଚ ନିମନ୍ତ୍ରଣ କରିଥିଲେ ସଂଯୋଜକ ଚିତ୍ରଭାନୁ ଦାସ, ଅତିଥି ପରିଚୟ ପ୍ରଦାନ କରିଥିଲେ କୋଷାଧ୍ୟକ୍ଷ ଗିରିଧାରୀ ଚାନ୍ଦ ଓ ସଂପାଦକୀୟ ବିବରଣୀ ପାଠ କରିଥିଲେ ସମ୍ପାଦକ ସମୀର କୁମାର ଜେନା। ଶିକ୍ଷକ ମାନଙ୍କ ବିଭିନ୍ନ ଦାବି ଯଥା ମୂଳ ଗ୍ରେଡ ପେ ରେ ପରିବର୍ତନ କରି ଅବିକଳ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ କରିବା, ଠିକା ନିଯୁକ୍ତି ଉଚ୍ଛେଦ ସହିତ ଠିକା ସମୟକୁ ଇନକ୍ରୀମେଂଟ ସହିତ ମୂଳ ଚାକିରୀରେ ଗଣନା କରିବା, ପ୍ରାଥମିକ ଶିକ୍ଷକ ମାନଙ୍କୁ ସ୍ୱାସ୍ଥ୍ୟ ବିମା ପ୍ରଦାନ କରିବା ଇତ୍ୟାଦି ଦାବିକୁ ଦାବିପତ୍ର ମାଧ୍ୟମରେ ଉପସ୍ଥାପନ କରିଥିଲେ ସଂଗଠନ ସମ୍ପାଦକ ରୂପେଶ କୁମାର ସାହୁ। ଅନ୍ୟାନ୍ୟ ଅତିଥି ଭାବରେ ଶିକ୍ଷାବିତ୍ କାର୍ତିକ ଚନ୍ଦ୍ର ସ୍ୱାଇଁ, ଶଶଧର ନାୟକ, ବାବୁଲା ରାଉତ, ଭାସ୍କର ଚନ୍ଦ୍ର ପାଢି, ଭାସ୍କର ନାୟକ ପ୍ରମୁଖ ଯୋଗଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକର ସମ୍ବର୍ଦ୍ଧିତ ଶିକ୍ଷକ ପ୍ରତିଭା ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମରେ ତିହିଡି ବ୍ଲକ୍ ସମ୍ପାଦକ ରମାକାନ୍ତ ଦାସ, ସଭାପତି ମାୟାଧର ସାହୁ, ଶ୍ରୀନାଥ ମାଲିକ, ବଂଶୀଧର ଦାସ, ମନ୍ମଥ କୁମାର ଦାସ, ପ୍ରଫୁଲ୍ଲ କୁମାର ସାହୁ, ଭଦ୍ରକ ବ୍ଲକ୍ ସଭାପତି ଅରୁଣ ମଲ୍ଲିକ, ସମ୍ପାଦକ ରାଜେଶ ଦାସ, ବନ୍ତ ବ୍ଲକ୍ ସମ୍ପାଦକ ଧର୍ମେନ୍ଦ୍ର ନାରାୟଣ ଜେନା, ଧାମନଗର ବ୍ଲକ ସଭାପତି ସୁରେନ୍ଦ୍ର କୁମାର ସେଠୀ ,ସମ୍ପାଦକ ରୂପକ କୁମାର ମିଶ୍ର, ବାସୁଦେବପୁର ବ୍ଲକ ସଭାପତି ରମ୍ଭାମଣି ପଣ୍ଡା, ସମ୍ପାଦକ ଶାନ୍ତନୁ ପଳିତା, ଚାନ୍ଦବାଲି ବ୍ଲକ ସଭାପତି ନିରାକାର ବେହେରା, ସମ୍ପାଦକ ଶଶିକାନ୍ତ ସାହୁ, ଭଣ୍ଡାରିପୋଖରୀ ବ୍ଲକ୍ ସଭାପତି ପ୍ରସନ୍ନ କୁମାର ରଥ, ଜିଲ୍ଲା ସଙ୍ଗଠନର ଉପସଭାପତି ଶାନ୍ତନୁ କୁମାର ମଲ୍ଲିକ, ତପସ୍ୱିନୀ ପୋହି, ସହସଂପାଦକ ଅବଦୁଲ ରବ, ସୁକାନ୍ତିଲତା ପାତ୍ର, ସସ୍ମିତା ମହାନ୍ତି, ସସ୍ମିତା ମଞ୍ଜରୀ ନାୟକ, ସୁପ୍ରିତ୍ ଖୁଂଟିଆ, ବିଭୂତି ତ୍ରିପାଠୀ, ଆଶିଷ ସାହୁ, ଉର୍ମିଳା ନାୟକ, ଗୌରୀ ଶତପଥୀ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।