Odiapua.com

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ଆଲୋଚନା ଚକ୍ର ଓ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କୌଣସି ରାଷ୍ଟ୍ରକୁ ଧ୍ୱଂସ କରିବାକୁ ହେଲେ ତାର ଶିକ୍ଷା ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କଲେ ତାହା ପରମାଣୁ ବୋମା ଠାରୁ ମଧ୍ୟ ଅଧିକ କ୍ରିୟାଶୀଳ ହୋଇ ଅପୂରଣୀୟ କ୍ଷତି ପହଂଚାଇବ ବୋଲି ଆଜି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ୫ ଖାରବେଳ ନଗରର ନୂତନ ଜାତୀୟ ଶିକ୍ଷାନୀତି ୨୦୨୦ ସଂପର୍କିତ ଆଲୋଚନା ଚକ୍ର ଓ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର କହିଛନ୍ତି। ଏବଂ ବିଗତ ୨୪ ବର୍ଷର ବିଜେଡି ସରକାର ଆମ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଏଭଳି ବିପର୍ଯ୍ୟୟରେ ପହଂଚାଇଛି ଯେ ବହୁ ବିଦ୍ୟାଳୟରେ ଶିକ୍ଷକଙ୍କ ସ୍ଥାନ ଅପୂରଣୀୟ ରହିଥିବାବେଳେ ଏହାର ପାରିପାଶ୍ୱିର୍କ ଅବସ୍ଥା ଶୋଚନୀୟ ଭାବେ ଧରାଶାୟୀ ହୋଇଛି। ଏଣୁ ଗୋଟିଏ ରାଷ୍ଟ୍ରର ଭବିଷ୍ୟତ କୁହାଯାଉଥିବା ଛାତ୍ରଛାତ୍ରୀଙ୍କୁ ଉପଯୁକ୍ତ ଶିକ୍ଷା ଦେଉଥିବା ଶିକ୍ଷକମାନେ ଆଜି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଓ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେଲେ ଆମ ରାଜ୍ୟ ବିକାଶଶୀଳ ହୋଇପାରିବ ବୋଲି ଆହ୍ୱାନ ଦେଇଥିଲେ। ଆଜିର ଏହି ଉତ୍ସବରେ ସଂଘର ରାଜ୍ୟ ସଭାପତି ରମଣୀ ରଂଜନ ତ୍ରିପାଠୀ ଅଧ୍ୟକ୍ଷତା କରିଥିବାବେଳେ ରାଜ୍ୟ ମହାସଚିବ ଜ୍ୟୋତିରଂଜନ ଦାସ ସଂପାଦକୀୟ ବିବରଣୀ ପାଠ କରିଥିଲେ। ସେକ୍ ଅବଦୁଲ ଖଲିଫ ଅତିଥି ପରିଚୟ ପରେ ପୂର୍ବତନ ମହାସଚିବ ତ୍ରିଲୋଚନ ନାୟକ, ରାଜ୍ୟ ଉପସଭାପତି ଗୋବିନ୍ଦ ଚନ୍ଦ୍ର ରାଉତ, ଓଷ୍ଟା ସଂଘର ଭଦ୍ରକ ଜିଲା ସଭାପତି ଶଶିଶେଖର କରଶର୍ମା, ଭଦ୍ରକ ଜିଲା ସଭାପତି ବିମ୍ବାଧର ସେନାପତି ସଂଘ ପକ୍ଷରୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟରେ ଏକ ୫ ଦଫା ସମ୍ବଳିତ ଦାବିପତ୍ର ବିଧାୟକଙ୍କ ଜରିଆରେ ପ୍ରଦାନ କରାଯାଇଥିଲା। ଏହି ଦାବିପତ୍ରରେ ଥିବା ତଥ୍ୟ ମୂଳେ ଦେଶର ଅନେକ ରାଜ୍ୟରେ ପ୍ରାଥମିକ ଶିକ୍ଷକମାନେ ଅବିକଳ କେନ୍ଦ୍ରୀୟ ଦରମା ପାଉଥିବାରୁ ଆମ ରାଜ୍ୟର ପ୍ରାଥମିକ ଶିକ୍ଷକମାନଙ୍କୁ ଉକ୍ତ ବେତନ ପ୍ରଦାନ, ରାଜ୍ୟରେ ଥିବା ଅନ୍ୟାନ୍ୟ ସରକାରୀ ବିଭାଗ ଓ ଉଚ୍ଚ ବିଦ୍ୟାଳୟ ପରି ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ-ଶିକ୍ଷିକାଙ୍କ ପଦୋନ୍ନତି ନିର୍ଦ୍ଧାରିତ ସମୟରେ କରାଯିବା, ପ୍ରାଥମିକ ବିଦ୍ୟାଳୟର ଭିତିଭୂମିକୁ ସୁଦୃଢ କରାଯିବା, ପ୍ରତି ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ନିଯୁକ୍ତି କରାଯିବା, ଅସାମାଜିକ ଅଣସ୍ୱୀକୃତିପ୍ରାପ୍ତ ଖଳପ୍ରକୃତିର ଶିକ୍ଷକମାନଙ୍କ ଦ୍ୱାରା ଜବରଦଖଲ କରାଯାଇଥିବା ୫ ଖାରବେଳ ନଗର ରାଜ୍ୟ କାର୍ଯ୍ୟାଳୟକୁ ଜବରଦଖଲମୁକ୍ତ କରାଯିବା ଭଳି ଦାବି ରହିଛି। ଶେଷରେ ଭଦ୍ରକ ଜିଲା ସାଧାରଣ ସଂପାଦକ ରଂଜନ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।