Odiapua.com

ନିକିରାଇ ନୂଆ ମଦ ଦୋକାନରେ ଖୁଲମଖୁଲା କୋଭିଡ ନିୟମ ଉଲ୍ଲଙ୍ଘନ

କେନ୍ଦ୍ରାପଡ଼ା, ୨୦ା୫ (ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ନିକିରାଇ ହାଇସ୍କୁଲ ପାଖରୁ ପ୍ରାୟ ୫ଶହ ମିଟର ଦୂରରେ ନିକିରାଇ- ଇନ୍ଦୁପୁର ରାସ୍ତା କଡରେ ଖୋଲିଥିବା ନୂତନ ମଦ ଦୋକାନଟି କୋଭିଡ ନିୟମକୁ ସମ୍ପୂର୍ଣ୍ଣ ଉଲ୍ଲଙ୍ଘନ କରି ଗୁରୁବାର ସକାଳୁ ପ୍ରାୟ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ଖୋଲା ରହି ଭିଡରେ ମଦ ବିକ୍ରୀ କରୁଥିବା ଫଟୋଟି ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଦେଖିବାକୁ ମିଳିଛି। ଅବକାରୀ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।