Odiapua.com

ନିଆରା ରାବଣ ପୋଡି ଓ ବାଣ ପ୍ରତିଯୋଗୀତା

ଭୁବନେଶ୍ୱର/ଯାଜପୁର୧୮ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କୋରାଇ ବ୍ଳକ କରଦା ହରିହାଟ ମେଳା ପଡିଆ ଠାରେ ରାବଣ ପୋଡି କମିଟି ପକ୍ଷରୁ ଜନାର୍ଦ୍ଦନ ସେନାପତି(ଦନୁ) ଓ ରମେଶ ସାହୁ(ଜଡା)ଙ୍କ ନେତୃତ୍ୱରେ ୪ର୍ଥ ବାର୍ଷିକ ରାବଣ ପୋଡି ଓ ଆତସବାଜୀ ପ୍ରତିଯୋଗିତା ସହସ୍ରାଧିକ ଜନସମାଗମରେ ଅନୁଷ୍ଠିତ ହୋଇଯାଇଛି । ଆତସବାଜୀ ପ୍ରତିଯୋଗିତା ପାଇଁ ବିଚାରକ ଭାବେ ବରିଷ୍ଠ ନେତା ରଘୁନାଥ ମାଝୀ ଓ ଅନାମ ମହାରଣା ଯୋଗଦେଇଥିଲେ । ବାଣ ପ୍ରତିଯୋଗୀତାରେ ୩ଜଣ ପ୍ରତିଯୋଗୀ ଭାଗ ନେଇ ନାରଣ ଜେନା(ପ୍ରଥମ) ଜଳଧର ଜେନା (ଦ୍ୱିତୀୟ) ଗୋବର୍ଦ୍ଧନ ଜେନା (ତୃତୀୟ) ସ୍ଥାନ ଅଧିକାର କରିଥିଲେ । କରଦା ମଠାଧିଶ କୃଷ୍ଣ ଚନ୍ଦ୍ର ଦାସଙ୍କ ଦ୍ୱାରା ଅଗ୍ନୀସଂଯୋଗ ପରେ ରାବଣ ପୋଡି କରାଯାଇଥିଲା । ଏହି ଅବସରରେ ଅନୁଷ୍ଠିତ ପୁରସ୍କାର ବିତରଣ ସଭା କରଦା ସରପଂଚ ଗଣେଷ ସାହୁଙ୍କ ସଭାପତିତ୍ୱରେ କରାଯାଇଥିବା ବେଳେ ଅତିଥିଭାବେ ପାଣିକୋଇଲି ଭାରପ୍ରାପ୍ତ ଥାନାଧିକାରୀ, ଯୁବ ସମାଜସେବୀ ବିକାଶ ଦାଶ, ମାଳଆନ୍ଦପୁର ସରପଂଚ ବିଶ୍ୱନାଥ ସ୍ୱାଇଁ, କୋରାଇ ପ୍ରେସ କ୍ଲବ ସଭାପତି ସୁବାସ ଧଳ, ଶିକ୍ଷାବିତ୍ ଚିନ୍ତାମଣୀ ବେହେରା, ବିମ୍ବାଧର ବେହେରା, ଗୋବିନ୍ଦ ଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ । ଆନନ୍ଦ କୁମାର ରଣା ଓ ପ୍ରଶାନ୍ତ କୁମାର ଦାଶ ବିବରଣୀ ପ୍ରଦାନ କରିଥିବା ବେଳେ ଆମେ ବିପଦର ସାଥି ପକ୍ଷରୁ ସଭାପତି ଅଶୋକ କୁମାର ବେହେରାଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରାଯାଇଥିଲା । ପାଣିକୋଇଲି ପୁଲିସ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବା ପାଇଁ ସହଯୋଗର ହାତ ବଡାଇଥିବାରୁ ଅନୁଷ୍ଠାନ ପକ୍ଷରୁ କୃତଜ୍ଞତା ଜଣାଯାଇଥିଲା ।