Odiapua.com

ନିଆରା ଢଙ୍ଗରେ ଜନ୍ମ ଦିବସ ପାଳନ ।

କଳାହାଣ୍ଡି- ୨୫/୧୧/୨୦୧୮ (ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ସାଂପ୍ରତିକ ବସ୍ତୁବାଦୀ ଦୁନିଆରେ ଜନ୍ମଦିବସ କୁ ବହୁ ଆଡମ୍ବର ସହକାରେ ପାଳନ କରୁଥିବା ବେଳେ ଏପରି ବ୍ୟକ୍ତିତ୍ୱ ମଧ୍ୟ ଅଛନ୍ତି ଯେଉଁ ମାନେକି ନିଜ ପୁଅଝୀଅ ମାନଙ୍କ ଜନ୍ମଦିବସକୁ ଅନାଥ ପିଲାଙ୍କ ଗହଣରେ ପାଳନ କରିବାକୁ ଆଗେଇ ଆସିଥାନ୍ତି । ଏଭଲି ଜଣେ କୋମଳ ହୃଦୟର ବ୍ୟକ୍ତିତ୍ୱ ହେଲେ ଗୋଲାମୁଣ୍ଡା ସ୍ଥିତ ଧିରେନ୍ଦ୍ର କୁମାର ନାଏକ । ସଂପ୍ରତି ଶ୍ରୀ ନାଏକ କ୍ଷୁଦ୍ର ଜଳସେଚନ ଉପଖଣ୍ଡରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ ଅବସ୍ଥାପିତ ହୋଇ କାର୍ଯ୍ୟ କରୁଥିବା ବେଳେ ସସ୍ତ୍ରୀକ ଧର୍ମଗଡ ଜଳସେଚନ କଲୋନୀରେ ଅବସ୍ଥାନ କରୁଛନ୍ତି । ଧର୍ମଗଡର ଅବସ୍ଥାନ ସମୟରେ ନିକଟସ୍ଥ ଗମ୍ଭାରୀଗୁଡାସ୍ଥିତ ଯଶୋଦା ଅନାଥା ଆଶ୍ରମରେ ଅନାଥ ପିଲାମାନଙ୍କୁ ସୁନ୍ଦର ଭାବରେ ପରିପାଳନ କରାଯାଉଥିବା ସଂପର୍କରେ ଜାଣିବାକୁ ପାଇଥିଲେ । ଅନାଥ ପିଲମାନଙ୍କୁ ସବୁବେଳେ ସାହାଯ୍ୟ ସହେଯାଗ କରିବାକୁ ସ୍ୱତଃପ୍ରବୃତ ଭାବେ ଆଗେଇ ଆସୁଥିବା ଇଂ ଶୀ ନାଏକ ନିଜ ଏକମାତ୍ର ଝୀଅ ଜସ୍ମୀନ(ଜିନା)ର ପ୍ରଥମ ବାର୍ଷିକୀ ଜନ୍ମ ଦିବସ ସେହି ଅନାଥ ଶିଶୁ ମାନଙ୍କ ଗହଣରେ ପାଳନ କରିବାକୁ ସସ୍ତ୍ରୀକ ଆଗେଇ ଆସିଥିଲେ । ଧର୍ମଗଡ ଏନଏସି ଅଧ୍ୟକ୍ଷା ସୁଶ୍ରୀ ହୀରା ବାଗ, ସମାଜସେବୀ ପ୍ରସନ୍ନ ରାଉତ , କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ,ଅଖିଳ ଭାରତୀୟ ମଜଦୁର ସଂଘ ର ବରିଷ୍ଠ କାର୍ଯ୍ୟକର୍ତା, ଧର୍ମଗଡ ଏସଡିଭିଓ ଡଃ ପ୍ରଶାନ୍ତ ମିଶ୍ର , ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ମୂଖ୍ୟ ସହାୟକ ମୁକୁନ୍ଦ ଶବରଙ୍କ ସମେତ ଯଶୋଦା ଅନାଥା ଆଶ୍ରମର ପରିଚାଲକ ସସ୍ତ୍ରୀକ ଶ୍ୟାମସୁନ୍ଦର ଜାଲ ପ୍ରମୂଖ ଏହି ନିଆରା ଜନ୍ମ ଦିବସରେ ଅନାଥ ଶିଶୁ ମାନଙ୍କ ଗହଣରେ ଇଂ ଶ୍ରୀ ନାଏକଙ୍କ ଝୀଅର ପ୍ରଥମ ଜନ୍ମ ବାର୍ଷିକୀ ଦିବସ ପାଳନ କରିଥିଲେ । ଏଭଲି ଜଣେ ବରିଷ୍ଠ ପଦାଧିକାରୀଙ୍କ ପକ୍ଷରୁ ଅନାଥାଶ୍ରମ ଭଲି ଏକ ଅନୁଷ୍ଠାନରେ ନିଜ ଝୀଅର ପ୍ରଥମ ଜନ୍ମବାର୍ଷିକୀ ପାଳନ କରିଥିବା ହେତୁ ଅନାଥ ଶିଶୁ ମହଲରେ ହସ ଫୁଟାଇ ପାରିଥିବା ହେତୁ ଗ୍ରାମବାସୀ ମହଲରେ ପ୍ରଶଂସା କରିଥରଲେ । ଏହି ଅବସରରେ ଇଂ ଶ୍ରୀ ଧିରେନ୍ଦ୍ର ନାଏକ ଅନାଥ ଶିଶୁ ମାନଙ୍କୁ ପାଠ୍ୟୋପକରଣ ସହିତ ନାନା ପ୍ରକାର ଉପହାର ପ୍ରଦାନ କରିଥିଲେ । ଇଂ ନାଏକଙ୍କ ଏତାଦୃଶ ଜନକଲ୍ୟାଣ କାର୍ଯ୍ୟରେ ଅନାଥାଶ୍ରମ ପକ୍ଷରୁ ମାନପତ୍ର ପ୍ରଦାନ କରାଯିବା ସହ ବିଭିନ୍ନ ମହଲରେ ଶ୍ରୀ ନାଏକଙ୍କୁ ଭୃୟସି ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି । ଏସଂପର୍କରେ ଇଂ ଶ୍ରୀ ନାଏକ ଏଭଲି ବାବେ ନିଜ ଝୀଅର ଜନ୍ମଦିନ ପାଳନ କରି ନିଜକୁ ଗୌରବାନ୍ୱିତ ମନେ କରୁଥିବା ପ୍ରକାଶ କରିଛନ୍ତି ।