Odiapua.com

ନିଆଁ ଲଗାଇ ଚାଲିଗଲେ ଦୁର୍ବୃତ୍ତ

ଗଜପତି,୧୧/୧୦,(ଓଡ଼ିଆ ପୁଅ ପି ନାଏକ): ରାତିରେ ଆସି ନିଆଁ ଲଗାଇ ଚାଲିଗଲେ ଦୁର୍ବୃତ୍ତ । ଏହି ଘଟଣା ଗଜପତି ଜିଲ୍ଲା ରାଣୀଖମା ଗାଁ ରେ ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ଏକ ତେଜରାତି ଦୋକାନରେ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା କୁହାଯାଉଛି । ପରେ ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଛି । ଏହି ଅଗ୍ନିକାଣ୍ଡ ରେ ଲକ୍ଷାଧିକ ଟଙ୍କାର ଜିନିଷ ପୋଡିଯାଇଥିବା ସୂଚନା ମିଳିଛି ।