ଭଦ୍ରକ, ୦୨/୧୦, (ଓଡ଼ିଆ ପୁଅ ପି ନାୟକ): ଭଦ୍ରକ ଜିଲ୍ଲା ସିଙ୍ଗଡ଼ା ଗାଁ ରେ ଏକ ଅଭାବନୀୟ ଘଟଣା ଘଟିଛି। ରୋଷେଇ କରୁଥିବା ସମୟରେ ନିଜ ମା ଆଗରେ କଲବଲ ହୋଇ ମଲା ଝିଅ। ମୃତକ ଝିଅ ସିଙ୍ଗଡ଼ା ଗାଁ ର ଦଶରଥ ପରିଡ଼ାଙ୍କ ଝିଅ ସୁନିତା ପରିଡ଼ା ବୋଲି ଜଣାପଡିଛି। ତେବେ ସୂଚନା ଅନୁସାରେ, ସୁନୀତା ଗ୍ୟାସରେ ଖାଇବା ବନାଉଥିଲେ। ସେହି ସମୟରେ ଅସାବଧାନତା ବଶତଃ ଡ୍ରେସ୍ ରେ ନିଆଁ ଲାଗିଯାଇଥିଲା। ପରେ ନିଆଁ ଜୋରରେ ଲାଗିଯିବା ଭୟରେ ସୁନୀତା ଠିଆ ହୋଇ ଛାଟିପିଟି ହେବା ସମୟରେ କିରୋସିନି ବୋତଲ ବି ତାଙ୍କ ଉପରେ ପଡ଼ିଯାଇଥିଲା। ଯାହା ଫଳରେ ନିଆଁ ଆହୁରି ଜୋରରେ ଧରିଥିଲା। ପରେ ତାଙ୍କ ମା ଆସି ଏହାଦେଖି ନିଆଁ କୁ ଲିଭାଇବାକୁ ଚେଷ୍ଟା କରିଥିଲେ। ପରେ ପରିବାର ଲୋକେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।