Odiapua.com

ନିଆଁରେ ପୋଡି ଯୁବତୀ ମୃତ

ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଓଲଙ୍ଗ ବେହେରାସାହି ଗ୍ରାମରେ ଅଗ୍ନିକାଣ୍ଡ ଘଟି ଘର ସହିତ ଜଣେ ଯୁବତୀ ଜଳିଯାଇଛନ୍ତି। ଯୁବତୀ ଜଣଙ୍କ ଖଗେଶ୍ୱର ବେହେରାଙ୍କ ଝିଅ ଶାନ୍ତିଲତା (୨୧) ଆଜି ସକାଳେ ଘର ଜଳୁଥିବା ଦେଖି ଗ୍ରାମବାସୀ ନିଆଁ ଲିଭାଇବାକୁ ଚେଷ୍ଟା କରିବା ସହ ଶାନ୍ତିଲତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିବା ବେଳକୁ ଶାନ୍ତିଲତା ପୋଡି ମୃତ୍ୟୁ ବରଣ କରିସାରିଥିଲେ। ତେବେ ଗ୍ରାମବାସୀ ଶାନ୍ତିଲତା କିରୋସିନି ଢାଳି ହୋଇ ନିଆଁ ଲଗାଇ ଆତ୍ମହତ୍ୟା କରିଥିବା କହୁଥିବା ବେଳେ ପ୍ରକୃତ ତଥ୍ୟ ଜଣା ପଡିନାହିଁ। ଗ୍ରାମାଞ୍ଚଳ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।