Odiapua.com

ନାସା ନୁହେଁ, ପ୍ରଥମେ ଚେନ୍ନାଇର ଇଞ୍ଜିନିୟର ଖୋଜି ପାଇଥିଲେ ଲ୍ୟାଣ୍ଡର ବିକ୍ରମର ଭଗ୍ନାବଶେଷ

ନୂଆ ଦିଲ୍ଲୀ ୩-୧୨ (ଓଡ଼ିଆ ପୁଅ) ନାସା ନୁହେଁ ପ୍ରଥମେ ଚେନ୍ନାଇର ଇଞ୍ଜିନିୟର ଖୋଜି ପାଇଥିଲେ ବିକ୍ରମ ଲ୍ୟାଣ୍ଡରର ଭଗ୍ନାବଶେଷ।
ଆମେରୀକାର ଅନ୍ତରୀକ୍ଷ ଏଜେନ୍ସୀ ନାସା ସୋମବାରଦିନ ଘୋଷଣା କରିଛିଯେ, ଚନ୍ଦ୍ରଯାନ -୨ ର ଚନ୍ଦ୍ରମା ଲ୍ୟାଣ୍ଡର ବିକ୍ରମକୁ ଜଣେ ଭାରତୀୟ ଇଞ୍ଜିନିୟର ଏବଂ ବ୍ଲଗରଙ୍କର ସୂଚନା ଆଧାରରେ, ସେପ୍ଟେମ୍ବରରେ, ଯେଉଁଠାରେ ଓହ୍ଲାଇବାର ଥିଲା ସେଠାରୁ କମ ଦୂରରେ ମିଳିଥିଲା। ସେ ଭାରତୀୟ ଇଞ୍ଜିନିୟର ହେଉଛନ୍ତି ଶନମୁଗା ସୁବ୍ରମଣ୍ୟମ୍।
ଭାରତୀୟ ଇଞ୍ଜିନିୟର କହିଥିଲେ ସେ ଅଲଗା ଭାବରେ ଏହାକୁ ଏକ ଚ୍ୟାଲେଞ୍ଜ ଭାବେ ନିଜେ ଖୋଜିବା ଆରମ୍ଭ କରିଥିଲେ। କାରଣ ସେ ସମୟରେ ମଧ୍ୟ ନାସାକୁ ଏହା ଜଣା ନଥିଲା। ସେ କହିଛନ୍ତିଯେ, “ଏହା ମୋ ପାଇଁ ଏକ ଚ୍ୟାଲେଞ୍ଜ ଥିଲା। କାରଣ ଯେପର୍ଯ୍ୟନ୍ତ ଏହା ବିଷୟରେ ଜଣା ପଡ଼ିବ ନାହିଁ ସେ ପର୍ଯ୍ୟନ୍ତ କିଛି କରାଯାଇପାରିବ ନାହିଁ ଭାବି ମୋତେ ବିକ୍ରମ ଲ୍ୟାଣ୍ଡରକୁ ଖୋଜିବା ପାଇଁ ପ୍ରେରିତ କରିଥିଲା। ମୋତେ ଲାଗିଲା କି ବିକ୍ରମ ଲ୍ୟାଣ୍ଡର ଭାରତୀୟ ଲୋକମାନଙ୍କୁ କେତେ ଖୁସି ଦେଇଥାନ୍ତା ଯଦି ତାହା ସଫଳତାପୂର୍ବକ ଓହ୍ଲାଇଥାନ୍ତା। ସେଥିପାଇଁ ସେ, ଲାଗିପଡ଼ିଥିଲେ ବିକ୍ରମକୁ ଖୋଜିବା ପାଇଁ। ସୁବ୍ରମଣ୍ୟନଙ୍କର କହିଛନ୍ତିଯେ, ପ୍ରାରମ୍ଭରେ ହିଁ ସେ ଚେନ୍ନାଇରେ ଆରମ୍ବ କରିଥିଲେ ଖୋଜ। ନିଜର କମ୍ପ୍ୟୁଟରରେ ଅନ୍ତରୀକ୍ଷରେ LROC ଦ୍ଵାରା ଲଗାଯାଇଥିବା ଚନ୍ଦ୍ର ପୃଷ୍ଠର ଫଟୋହିଁ ତାଙ୍କର ଏକମାତ୍ର ସୁରାଗ ଥିଲା। ଅବଶ୍ୟ ମିଳିଥିବା ସୂଚନାରୁ ଜଣାପଡ଼ିଛିଯେ, ସନମୁଗା ନାସାରେ ପ୍ରୋଗ୍ରାମ ଇଞ୍ଜିନିୟର ଭାବେ କାର୍ଯ୍ୟ କରନ୍ତି ସେ କିନ୍ତୁ ବ୍ୟକ୍ତିଗତ ସ୍ତରରେ ଏହି ଖୋଜ ଜାରି ରଖିଥିଲେ।

ସେଥିପାଇଁ ନାସା ତରଫରୁ ଜନ କେଲର ଡେପୁଟି ଡାଇରେକ୍ଟର LROM ଏକ ପତ୍ର ଜରିଆରେ ସୁବ୍ରମଣ୍ୟମଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ତାଙ୍କ ପତ୍ରରେ ଲେଖିଛନ୍ତିଯେ, ଆପଣଙ୍କ ଦ୍ୱାରା ଦିଆଯାଇଥିବା ଟିପ୍ସ ଉପରେ ଆମେ ପୁନଃ ଅନୁଧ୍ୟାନ କରି ବିକ୍ରମ ଲ୍ୟାଣ୍ଡରକୁ ଠାବ କରିପାରିଲୁ। ନାସାର LROC ଦ୍ୱାରା ଉଠାଯାଇଥିବା ଫଟୋ ଲ୍ୟାଣ୍ଡିଙ୍ଗ ପୂର୍ବରୁ ଏବଂ ପରେ କୁ ଭଲ ଭାବରେ ଅନୁଧ୍ୟାନ କରିବା ପରେ ଆମକୁ ଜଣାପଡ଼ିଥିଲାଯେ, ଆପଣଙ୍କ ଦ୍ୱାରା ଖୋଜାଯାଇଥିବା ବିକ୍ରମର ଭଗ୍ନାବଶେଷ ଯେଉଁଠାରେ ବିକ୍ରମ ଓହ୍ଲାଇବାର ଥିଲା ସେଠାରୁ କମ ଦୂରରେ ମିଳିଥିଲା। ତେଣୁ ଆପଣଙ୍କୁ ଧନ୍ୟବାଦ୍।