Odiapua.com

ନାରୀ ସୁରକ୍ଷା ପ୍ରଗତି ମଞ୍ଚ ପକ୍ଷରୁ କଂଗ୍ରେସ ବିରୋଧରେ ଏତଲା

ଭଦ୍ରକ, ୧୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତକାଲି କଂଗ୍ରେସର ବନ୍ଦ ପାଳନ ବେଳେ କଂଗ୍ରେସ କର୍ମୀମାନେ ଲୋକମାନଙ୍କୁ ଧମକ ଚମକ ଦେବା, ପଥଚାରୀଙ୍କୁ ହଇରାଣ କରିବା, ସାଂସଦ ତଥା ବିଧାୟକମାନଙ୍କ କୁଶ ପୁତ୍ତଳା ଦାହ କରିବା, ସେମାନଙ୍କ ଫଟୋଚିତ୍ରକୁ ଜୋତାରେ ମାରିବା ଆଦି ଘଟଣା ସୋସିଆଲ ମିଡିଆରେ ପ୍ରଚାର କରାଯିବାକୁ ବିରୋଧ କରି ଭଦ୍ରକ ଟାଉନ ଥାନାରେ ନାରୀ ସୁରକ୍ଷା ପ୍ରଗତି ମଞ୍ଚ ଭଦ୍ରକ ଜିଲ୍ଲା ପକ୍ଷରୁ ଆଜି ଏତଲା ଦିଆ ଯାଇଛି । କଂଗ୍ରେସ କର୍ମୀଙ୍କ ଏତାଦୃଶ କାର୍ଯ୍ୟକୁ ମଞ୍ଚ ପକ୍ଷରୁ ନିନ୍ଦା କରାଯାଇଛି । ଏ ନେଇ ଟାଉନ ଥାନାରେ ରାଜଲକ୍ଷ୍ମୀ ମହାପାତ୍ର, ବ୍ୟୋମକେଶ ରଞ୍ଜନ ମହାନ୍ତି, ନରେଶ କୁମାର ଦାସ, ତପନ କୁମାର ନାୟକ ଏତଲା ଦେଇଛନ୍ତି ।