Odiapua.com

ନାରାୟଣ ସ୍ମୃତି ସେବା ଓ ସାହିତ୍ୟ ଗବେଷଣା ପରିଷଦର କବିତା ପାଠ ଓ ଆଲୋଚନା ଚକ୍ର

??????

ଭଦ୍ରକ, ୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ କୋହ୍ଲ ସ୍ଥିତ ନାରାୟଣ ସ୍ମୃତି ସେବା ଓ ସାହିତ୍ୟ ଗବେଷଣା ପରିଷଦର କବିତା ପାଠ ଓ ଆଲୋଚନା ସଭା କମାରିଆ ବଜାର ଠାରେ ସଭାପତି ବିଭୂତିଭୂଷଣ ସେନାପତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଆଲୋଚକ ଭାବେ ତ୍ୟଗଭୂମି ସଭାପତି ଅଜୟ ନାୟକ, ସମାଜସେବୀ ବସନ୍ତ ନାୟକ, ଶିକ୍ଷାବିତ୍ ନିତ୍ୟାନନ୍ଦ ମଲ୍ଲିକ, ସାହିତ୍ୟ ଏକାଡେମୀ ସଦସ୍ୟ ଭରତଚନ୍ଦ୍ର ଦାଶ ଓ ପରିଷଦର ସଂପାଦିକା ସଂଯୁକ୍ତା ଭାରତୀ ଯୋଗଦାନ କରି କାନ୍ତକବିଙ୍କ ସାରସ୍ୱତ ସାଧନା ଉପରେ ଆଲୋଚନା କରିଥିଲେ । କବିଙ୍କ ସାରସ୍ୱତ ସାଧନା ମଧ୍ୟରେ ‘କଣାମାମୁଁ’, ‘ବୁଢା ଶଙ୍କାରି’ ଓ ରାଜ୍ୟ ସଂଗୀତର ମାନ୍ୟତା ପାଇଥିବା ‘ବନ୍ଦେ ଉତ୍କଳ ଜନନୀ’ର ସାମାଜିକ ସଚେତନତା, ବାତ୍ସଲ୍ୟ ପ୍ରେମ ଓ ଜାତୀୟ ଚେତନା ସଂପର୍କରେ ଛାତ୍ର ଛାତ୍ରୀ ମାନେ ଅନୁପ୍ରାଣିତ ହେବା ଉଚିତ ବୋଲି ଆଲୋଚକ ମାନେ ମତବ୍ୟକ୍ତ କରିଥିଲେ । ଏହିପରିପ୍ରେକ୍ଷୀରେ ପ୍ରଥମେ ବେଦପାଠ ଓ ବନ୍ଦେଉତ୍କଳ ଜନନୀ ବିଶ୍ୱମୈତ୍ରୀ ନାୟକ ଓ ସୁରୁଚିପ୍ରଭା ଦାଶ ଗାନ କରିଥିଲେ ।

କବି ମାନସ ପଣ୍ଡା ଓ ଭାସ୍କର ଦାଶଙ୍କ ସଂଯୋଜନାରେ ପଚାଶରୁ ଉଦ୍ଦ୍ୱର୍ କବିତା ପାଠ କରିଥିଲେ । ଏଥିରେ କବି ଋତୁରାଜ ଅକ୍ଷୟଙ୍କୁ ପରିଷଦ ତରଫରୁ ମାନପତ୍ର ସହିତ ଉପଢୌନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସଂସଦର ମୁଖପତ୍ର ଆମ ସାହିତ୍ୟର ମାର୍ଗଦର୍ଶକ ଫକୀରମୋହନ ଓ ଶିକ୍ଷାବିତ୍ ବିଭୂତିଭୂଷଣ ସେନାପତିଙ୍କ ରଚିତ ବଳିଦାନ ପୁସ୍ତକ ଅତିଥୀଙ୍କ ଦ୍ୱାରା ଲୋକାର୍ପିତ ହୋଇଥିକା । ବେତଡା ସ୍ଥିତ ସଂସ୍କୃତ ମହାବିଦ୍ୟାଳୟରେ ଅନୁଷ୍ଠିତ କାନ୍ତକବିଙ୍କ ବୁଦ୍ଧିମାପକ ପରୀକ୍ଷାରେ ଶ୍ରେଷ୍ଠ ପ୍ରଥମ ବର୍ଷ ଉପଶାସ୍ତ୍ରୀ, ଦ୍ୱିତୀୟ ବର୍ଷ ଶାସ୍ତ୍ରୀ ଓ ତୃତୀୟ ବର୍ଷ ଶାସ୍ତ୍ରୀ ଗାୟତ୍ରୀ ପଣ୍ଡା, ମମତା ବିଶ୍ୱାଳ ଓ ପ୍ରିୟଙ୍କା ସାହୁଙ୍କୁ ପୁରସ୍କୃତ କରା ଯାଇଥିଲା । କବି ସଂଗ୍ରାମ କେଶରୀ ସେନାପତି, ଚିନ୍ମୟୀ ସାହୁ, ପତିତପାବନ ପାଣି, ଶାନ୍ତିଲତା ଗିରି,ମୁକୁନ୍ଦଦେବ ନାୟକ, ସୁବାସ ମହାନ୍ତି, ଦେବେନ୍ଦ୍ର ମହାଳିକ, ଜୟକୃଷ୍ନ ନାୟକ, ଦ୍ୱାରିକାନାଥ ଦାଶ, ଆଶୁତୋଷ କରଣ, ବିନୋଦ ନାୟକ, ପ୍ରଫୁଲ୍ଲ ବାରିକ, ସୁରେନ୍ଦ୍ର କୁମାର ବିଶ୍ୱାଳ, ମହେନ୍ଦ୍ର ପଲାଇ, ଅମୂଲ୍ୟ କୁମାର ସେନାପତି, ପୀତାମ୍ବର ସେଠୀ, ବସନ୍ତ କୁମାର ଦାସ, କଳ୍ପତରୁ ସେଠୀ, ଗୟାଧର ସେଠୀ, ସୁଧାରଂଜନ ମହାନ୍ତି, ଅରୂପାନନ୍ଦ ନାୟକ, ଅଭୟ କୁମାର ଦାସ, ରୁବିନା ଦାସ, ବିଜୟ ବେହେରା, ଜୟନ୍ତ କୁମାର ମହାନ୍ତି, ମଥୁରା ମୋହନ ବେହେରା, ଜୟକୃଷ୍ଣ ନାୟକ ପ୍ରଭୃତି ପଚାଶରୁ ଉର୍ଦ୍ଧ୍ୱ କବି କବିତା ପାଠ କରିଥିଲେ । କବି ଦେବେନ୍ଦ୍ର ମଳିକ ଅତିଥି ପରଚୟ ଦେବା ବେଳେ କବି ଆଶୁତୋଷ କରଣ ଧନ୍ୟବାଦ ଦେଇଥିଲେ ।