Odiapua.com

ନାରାୟଣ ସ୍ମୃତିସାହିତ୍ୟର ଦଶମ ବାର୍ଷିକ ସାରସତ୍ୱ ଅଧିବେଶନ, ଆଗାମୀ କାଲିର ସାହିତ୍ୟ ପଲ୍ଲୀ ପ୍ରାଣରେ ସରସତା ଭରିଦେଉ

ଭଦ୍ରକ, ୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ତିହିଡ଼ି ବ୍ଲକ ଅନ୍ତର୍ଗତ ନାରାୟଣ ସ୍ମତି ସାହିତ୍ୟର ଦଶମ ବାର୍ଷିକ ସାରସତ୍ୱ ସମାରୋହ ଜିଲ୍ଲା ସଂସ୍କୃତି ଭବନ, ଭଦ୍ରକରେ ଦୁଇଟି ଅଧିବେଶନରେ ଅନୁଷ୍ଠିତ ହୋଇ ଯାଇଛି। ‘ଆଗାମୀ କାଲିର ସାହିତ୍ୟ ” ଉପରେ ଏକ ଆଲୋଚନା ଚକ୍ର ବିଶିଷ୍ଟ କଥାକାର ଉମାକାନ୍ତ ମିଶ୍ରଙ୍କ ପୈାରୋହିତ୍ୟରେ ବିଶିଷ୍ଟ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ସାହିତ୍ୟ ହୃଦୟର ସ୍ୱତ ସ୍ଫର୍ତ୍ତି ଅଭିବ୍ୟକ୍ତି ଏହା ଲେଖା ଯାଏ ନାହିଁ ମାତ୍ର ସୃଷ୍ଟି ହୁଏ, ପଲ୍ଲୀ ମାଟିରେ ସାହିତ୍ୟ ଅନୁରାଗର କଥା କହେ ମାତ୍ର ବିରାଗର ନୁହେଁ ଏବଂ ଆଗାମୀ କାଲିର ସାହିତ୍ୟ ସଂସ୍କୃତି ତୁରକ୍ଷାର ମହାମନ୍ତ୍ର ହେବ ବରେଣ୍ୟ ଆଲୋଚକଙ୍କ ବକ୍ତବ୍ୟ ଥିଲା। ମୁଖ୍ୟ ଅତିଥି ଭାବେ କାହାଣୀର ସଂପାଦକ ବିଜୟ ନାୟକ, ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଅନୁବାଦିକା ଶକୁନ୍ତଳା ବଳୀୟାର ସିଂ, ଅନ୍ୟତମ ସମ୍ମାନିତ ଅତିଥି ଓ ବକ୍ତା ଭାବେ ଘାସ ଫୁଲର ସଂପାଦକ ବିଷ୍ନୁ ସେଠୀ, ସାହିତ୍ୟ ଏକାଡେମୀ ସଦସ୍ୟ ପବିତ୍ର ପାଣିଗ୍ରାହୀ, ଅଧ୍ୟାପକ ଡଃ ଅଭୟ କୁମାର ଦାସ, ଫକୀର ମୋହନ ସଂସଦର ପ୍ରାକ୍ତନ ସଂପାଦକ ଡଃ ଗୋପାଳ ଓ କବୟିତ୍ରୀ ଗୀତାଂଜଳି ପାଣିଗ୍ରାହୀ ପ୍ରମୁଖ ଯୋଗଦାନ କରିଥିଲେ। ବାଇଚଢେଇ ସଂପାଦକ ବିକାଶ କୁମାର ଶତପଥୀ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ। କବୟିତ୍ରୀ ବିଶ୍ୱମୈତ୍ରୀ ନାୟକ ଓ ସୁଚିତ୍ରା ପାଣିଗ୍ରାହୀ ବନ୍ଦେ ଉତ୍କଳ ଜନନୀ ଗାନ କରିବା ପରେ କବି ନୀଳମାଧବ ସେନାପତି ଓ ସଂଯୁକ୍ତା ଭାରତୀ ଅତିଥି ପରିଚୟ ଦେଇଥିଲେ। ଅନୁଷ୍ଠାନର ସଂପାଦକ ବିଭୂତିଭୂଷଣ ସେନାପତି ସଂପାଦକୀୟ ବବରଣୀ ପାଠ କରିଥିଲେ।

ସ୍ମୃତି ସଂସଦର ମୁଖପତ୍ର ‘ସାମ୍ପ୍ରତିକ’ ଓ ବିଭୂତି ଭୂଷଣ ସେନାପତିଙ୍କ ‘ବିଦଗ୍ଧ ବସନ୍ତ’ ଏବଂ କବି ରବିକୁମାର ମହାନ୍ତିଙ୍କ ‘ଜହ୍ନ ଦେଖି ନଥିବା ଝିଅ’ ଅତିଥିଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା। ଓଡିଶାର ବିଶିଷ୍ଟ ବିଚାରକଙ୍କ ଦ୍ୱାରା ବିଜୟ କୁମାର ଜେନା, ସୁଶାନ୍ତ କୁମାର ଧଳ, ମନୋଜକୁମାର ପଣ୍ଡା ଓ ଅମୂଲ୍ୟ କୁମାର ସେନାପତି, ଅବଦୁଲ ଦୟାନ, ମୁସ୍ତାକ ଗୈାହର ପ୍ରଭୃତି ଶେଷ୍ଠ କବିତା ସମ୍ମାନରେ ସମ୍ମାନିତ ହୋଇଥିଲେ। ଶିକ୍ଷାବିତ୍ ରାଧାବିନୋଦ ନାୟକ, ନିର୍ମଳଚନ୍ଦ୍ର ରାଉତ, ଡଃ ମମତାରାଣୀ ଦାସ, ଡଃ ଅନିଲକୁମାର ଦାଶ, ତ୍ୟାଗଭୂମି ସଂପାଦକ ଅଜୟ ନାୟକ, ବରିଷ୍ଠ ନାଗରିକ ସଂପାଦକ କୈଳାସଚନ୍ଦ୍ର ମହାପାତ୍ର, ସଭାପତି ଲଲାଟେନ୍ଦୁ ମହାନ୍ତି, ଅଧ୍ୟାପକ ରବୀନ୍ଦ୍ର କୁମାର ବେଉରିଆ ଓ ମଦନ ମୋହନ ମହାକୁଡ ପ୍ରଭୃତି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। କବି ରବିକୁମାର ମହାନ୍ତି ଓ ସଂଯୁକ୍ତା ଭାରତୀଙ୍କ ସଂଯୋଜନାରେ ଆଶୁତୋଷ କରଣ, ଅମୂଲ୍ୟ କୁମାର ସେନାପତି, ମଥୁରାମୋହନ ବେହେରା, ଶୀତଳ କୁମାର ବେହେରା, ବିଜୟ କୁମାର ବହଳି, ସୁଶାନ୍ତ କୁମାର ଧଳ, ଅଶୋକ ବାରିକ, ଭାସ୍କର ସେଠୀ, ଶରତ କୁମାର ଖଟୁଆ, ରଶ୍ମିତା ମହାନ୍ତି, ଦମୟନ୍ତୀ ନାଥ, ଗୀତିକାର ଅରୂପାନଂଦ, ଋତୁରାଜ ଅକ୍ଷୟ, କାଳିନ୍ଦୀ ମଲ୍ଲିକ, ସର୍ବେଶ୍ୱର ସାହୁ, ନିରଂଜନ ବିଶ୍ୱାଳ, ଗୋକୁଳାନନ୍ଦ ରାଉତ୍‌, ବିଚିତ୍ରାନନ୍ଦ ଜେନା, ମନୋଜ କୁମାର ପଣ୍ଡା, ନୀଳମାଧବ ସେନାପତି, ନବୀନ ପାତ୍ର ପ୍ରଭୃତି ଶତାଧିକ କବି ନିଜ ନିଜର କବିତା ପାଠ କରିଥିଲେ। ସର୍ବ ଶେଷରେ ଯୁବ କବି କୈଳାସ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।