ଭଦ୍ରକ, ୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମାଟିର ବାସ୍ନା ସାହିତ୍ୟ ସଂସଦ ବାସୁଦେବପୁର ଭଦ୍ରକ ପକ୍ଷରୁ ଭୂବନେଶ୍ୱର ବୁଦ୍ଧ ମନ୍ଦିର ପରିସରରେ ରାଜ୍ୟ ସ୍ତରୀୟ ସାରସ୍ୱତ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଂସଦର ସଭାପତି ରାଖାଲ ଚନ୍ଦ୍ର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅବସରପ୍ରାପ୍ତ ପ୍ରାଧ୍ୟାପିକା ଡ଼କ୍ଟର ପ୍ରତିଭା ମହାରଥି, ସାହିତ୍ୟିକ ହେମନ୍ତ କୁମାର ଜେନା, ବାବାଜି ଚରଣ ଦାସ, ଗୀତା ମହାନ୍ତି, ସ୍ୱର୍ଣ୍ଣଲତା ପତି ପ୍ରମୁଖ ଅତିଥି ଥିଲେ। ଏହି ଅବସରରେ ବନ୍ତର ବିଶିଷ୍ଠ ଶିକ୍ଷାବିତ ତଥା ସାହିତ୍ୟିକ ନାରାୟଣ ଚନ୍ଦ୍ର ଲେଙ୍କା ଙ୍କୁ ସାହିତ୍ୟରଥି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ସକାଳେ କବିତା ପାଠୋତ୍ସବ, ପୁସ୍ତକ ଉନ୍ମୋଚନ କରାଯାଇଥିଲା।