Odiapua.com

ନାରାୟଣ ଲେଙ୍କାଙ୍କୁ କିଶୋର ସ୍ୱାକ୍ଷର ସମ୍ମାନ

ଭଦ୍ରକ, ୧୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) — ରାଜ୍ୟ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଓଡିଶା ସରକାରଙ୍କ ପକ୍ଷରୁ କିଶୋର ସ୍ୱାକ୍ଷର ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ସଂସ୍କୃୃତି ଭବନରେ ଆୟୋଜିତ ସଭାକୁ ବରିଷ୍ଠ ନାଗରିକ ମଂଚ ସାଧାରଣ ସମ୍ପାଦକ କୈଳାଶ ଚନ୍ଦ୍ର ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ଅତିଥି ଭାବେ ଭଦ୍ରକ ସାସଂଦ ଅଭିମନ୍ୟୁ ସେଠୀ, ଡେପୁଟି କଲେକ୍ଟର କାର୍ତୀକ ନାଥ ମଣ୍ଡଳ,ପଣ୍ଡିତ ବିରେନ୍ଦ୍ର ପଣ୍ଡା ପ୍ରମୁଖ ଅତିଥି ଥିଲେ। ସଭାରେ କବି,ଶିକ୍ଷାବିତ ନାରାୟଣ ଚନ୍ଦ୍ର ଲେଙ୍କାଙ୍କୁ କିଶୋର ସ୍ୱାକ୍ଷର ସାରସ୍ୱତ ସମ୍ମାନ ପ୍ରଦାନ କରାଯାଇଥିଲା।