Odiapua.com

ନାମାଙ୍କନର ତୃତୀୟ ଦିନରେ ୪୮ ସମିତି ସଭ୍ୟ, ୭୪ ସରପଞ୍ଚ, ୩୩୫ ୱାର୍ଡ ସଭ୍ୟଙ୍କ ନାମାଙ୍କନ ଦାଖଲ

ନୟାଗଡ ୧୯/୦୧ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) ନୟାଗଡ ଜିଲ୍ଲା ର ସର୍ବବୃହତ ବ୍ଲକ ରଣପୁର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନାମାଙ୍କନର ତୃତୀୟ ଦିନରେ ନାମାଙ୍କନ ପତ୍ର ଦାଖଲ ବଢିଥିବା ଜଣାପଡିଛି। ସମସ୍ତ ୩୭ ଗ୍ରାମପଞ୍ଚାୟତ ର ୩୭ ନିର୍ବାଚନ ଅଧିକାରୀ ଓ ବ୍ଲକ ନିର୍ବାଚନ ଅଧିକାରୀ ଙ୍କ ତୃତୀୟ ଦିନର ସୂଚନା ଅନୁଯାଇ କନ୍ଧନୟାଗଡ ଗ୍ରାମପଞ୍ଚାୟତ ସରପଞ୍ଚ ପ୍ରାର୍ôଥନୀ ସୁନିତା ଲେଙ୍କା ଙ୍କ ଠାରୁ ଆରମ୍ଭ କରି ୭୪ ସରପଞ୍ଚ ପ୍ରାର୍ଥି ଓ ୩୩୫ ୱାର୍ଡ ସଭ୍ୟ ନାମାଙ୍କନ ଦାଖଲ କରିଥିବା ଜଣାପଡିଛି। ରଣପୁର ବ୍ଲକ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାଇ ରଣପୁର ବ୍ଲକରେ ତୃତୀୟ ଦିନରେ ୪୮ ସମିତି ସଭ୍ୟ ପ୍ରାର୍ôଥ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଥିବା ସୂଚନା ମିଳିଛି।

ରଣପୁର ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରିଣୀ ଋତୁପର୍ଣ୍ଣା ମହାପାତ୍ର ଙ୍କ ସୂଚନା ଅନୁଯାଇ ୩୭ ଗୋଟି ଗ୍ରାମପଞ୍ଚାୟତ ଓ ରଣପୁର ବ୍ଲକରେ ତୃତୀୟ ଦିନରେ ଶାନ୍ତି ଶୃଙ୍ଖଳାର ସହ ନାମାଙ୍କନ ହୋଇଥିବା ଜଣାପଡିଛି। କିନ୍ତୁ ରଣପୁର ବ୍ଲକର ଅପହଂଚ ପଞ୍ଚାୟତ ବନ୍ଧମୁଣ୍ଡା ରେ ବିଧାନସଭା ଭୋଟର ତାଲିକାରେ ନାମଥିବା ବେଳେ ପଞ୍ଚାୟତ ନିର୍ବାଚନ ଭୋଟର ତାଲିକାରେ କିଛି ପ୍ରାର୍ôଥଙ୍କ ନାମ ନଥିବାରୁ ସେମାନେ ପ୍ରାର୍ôଥତ୍ୱରୁ ବଂଚିତ ହେଉଛନ୍ତି ବୋଲି ପୁର୍ବତନ ସରପଞ୍ଚ ଅଜୟ କୁମାର ପ୍ରଧାନ ଗଣମାଧ୍ୟମ ପ୍ରତିନିଧି ଙ୍କ ଆଗରେ କହି ଦୁଃଖ ପ୍ରକାଶ କରିଛନ୍ତି।