Odiapua.com

ନାମକୁ ମାତ୍ର ଫାଇଭ ଟି ମୋ ସ୍କୁଲ, ନିର୍ଦ୍ଦେଶକ ଜିଲ୍ଲାରେ ପାଦ ଦେଉଣୁ ଭାଙ୍ଗିଲା ପାଚେରୀ

ନବରଙ୍ଗପୁର ୨୬/୬ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି)ସରକାରଙ୍କ ୫ଟିରେ ଝରିଗୁମ୍ମା କାଶୀ ପ୍ରସାଦ ହାଇସ୍କୁଲ ନିର୍ମାଣ ସରି ୨ମାସ ଯାଇନି। ଗତକାଲିର ଲଗାଣ ବର୍ଷାରେ ବିଦ୍ୟାଳୟ ପାଚେରୀ ଭାଙ୍ଗି ଯାଇଛି। ଏହି ବିଦ୍ୟାଳୟର ଉନ୍ନତି କରଣ ପାଇଁ ୬୦ ଲକ୍ଷ ୨୦୨୧-୨୨ରେ ଆର୍ଥିକ ଅନୁଦାନ ଯୋଗାଇ ଦିଆ ଯାଇଥିଲା। ଅତି ସୁନ୍ଦର ଟ୍ରେନ ଚିତ୍ର ଆଙ୍କି ଭାରତୀୟ ରେଲବାଇ ୨୦୨୨ ଅଙ୍କାଯାଇ ଥିଲା। କେବଳ ନାମକୁ ମାତ୍ର ଉପରେ ଉପରେ ଚୂନ ଲଗାଇ ନିମ୍ନ ମାନର କାର୍ଯ୍ୟ କରି ଠିକାଦାର ମାଲେମାଲ ହେଉଥିବା ବେଳେ ରାଜ୍ୟ ସରକାରଙ୍କ ଫାଇଭ ଟି କୁ ଅଙ୍ଗୁଳି ଉଠାଇବାକୁ ଅଞ୍ଚଳ ବାସୀଙ୍କୁ ବାଧ୍ୟକରୁଛି। ତୁରନ୍ତ ରାଜ୍ୟ ସରକାରଙ୍କ ଫାଇଭ ଟି ସଚିବ ଭି କାର୍ତ୍ତିକ ପାଣ୍ଡିଆନ୍, ନବରଙ୍ଗପୁର ଜିଲ୍ଲା ଗସ୍ତରେ ଆସିଥିବା ମୋ ସ୍କୁଲ ଅତିରିକ୍ତ ନିର୍ଦ୍ଦେଶକ ଦେବାଶୀଷ ପ୍ରଧାନ ଗତକାଲି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଗସ୍ତ କରୁଥିବା ସମୟରେ ଏଭଳି ଘଟଣା ଘଟିଛି। ଏଥିରୁ ସ୍ପଷ୍ଟ ଅନୁମେୟ ଉକ୍ତ କାର୍ଯ୍ୟ ପ୍ରଶାସନ ସହ ଠିକାଦାରଙ୍କ ମଧୁ ଚନ୍ଦ୍ରିକା ଥିବାରୁ ବେପରୁଆ ମନୋଭାବ ଜୋଗୁଁ ଏପରି ଘଟିଛି। ଏଠି ପ୍ରଶ୍ନ ଉଠିପାରେ ଉକ୍ତ କାର୍ଯ୍ୟ ତଦାରଖ ଯନ୍ତ୍ରି କିପରି ତଦାରଖ କରୁଥିଲେ। ଏଣୁ ପ୍ରଶାସନର ଦାଇତ୍ଵ ସଠିକ ଭାବେ ସମ୍ପାଦନ କରାଇବାକୁ ଜନସାଧାରଣରେ ଦ୍ରୁଢ ଦାବି ହେଉଛି।