Odiapua.com

ନାଭାଲ ଏନସିସି ପକ୍ଷରୁ ବିଶ୍ୱ ସ୍ୱାକ୍ଷରିତ ଦିବସ

ନୟାଗଡ଼, ୧୦-୯ (ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ନାଭାଲ ଏନସିସି କ୍ୟାଡେଟ୍ ପକ୍ଷରୁ ବିଶ୍ୱ ସ୍ୱାକ୍ଷରିତ ଦିବସ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଏନ୍ସିସି କ୍ୟାଡେଟ୍ମାନେ କୋଭିଡ୍ ନିୟମ ସହକାରେ ମହାବିଦ୍ୟାଳୟଠାରୁ ଏକ ଶୋଭାଯାତ୍ରାରେ ବାହାରି ନିକଟସ୍ଥ ଲେଙ୍କୁଡ଼ିପଡ଼ା ଗ୍ରାମ ପରିକ୍ରମା କରିବା ସହିତ ସ୍ୱାକ୍ଷରିତ ହାର ବଢେଇବା ପାଇଁ ସ୍ଲୋଗାନ ଦେବା ସହ ଲୋକମାନଙ୍କୁ ସଚେତନତା କରିଥିଲେ। ଏହି ପରିପ୍ରେକ୍ଷିରେ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଏନ୍ସିସି କମାଣ୍ଡର ଲେଫ୍ନାଂଟ ଗୋଲକ ବିହାରୀ ନାୟକଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁରେଶ ପ୍ରଧାନ ମୁଖ୍ୟଅତିଥିଭାବେ ଯୋଗଦେଇଥିବାବେଳେ ମୁଖ୍ୟବକ୍ତାଭାବେ ଅଧ୍ୟାପକ ମହମ୍ମଦ୍ ଓମାର୍ ମଲ୍ଲିକ ଯୋଗଦେଇ ବିଶ୍ୱ ସାକ୍ଷାରିତ ଦିବସର ଆଭିମୁଖ୍ୟ ଉପରେ ଅବତାରଣା କରିଥିଲେ। ଏନ୍ସିସି କ୍ୟାଡେଟମାନେ ସାକ୍ଷରତା ସମ୍ବଦ୍ଧୀୟ ଚିତାକର୍ଷକ ଫଟୋ ପ୍ରଦର୍ଶନୀ କରି ପୁରଷ୍କୃତ ହୋଇଥିଲେ। ଓଡ଼ିଶା ନାଭାଲ ଅଫିସର କମାଣ୍ଡର କିଶୋର ଚନ୍ଦ୍ର ରାଉତ ଏହିସବୁ କାର୍ଯ୍ୟ ତଦାରଖ କରିଥିଲେ।