Odiapua.com

ନାଭାଲ୍ ସେକେଣ୍ଡ ୟୁନିଟର ସ୍ୱଚ୍ଛତା କାର୍ଯ୍ୟକ୍ରମ

ଭଦ୍ରକ, ୩୧-୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ନାଭାଲ୍ ସେକେଣ୍ଡ ୟୁନିଟ ପକ୍ଷରୁ ମହାବିଦ୍ୟାଳୟ ପରିସରରେ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାତ୍ମାଗାନ୍ଧୀଙ୍କ ମହାପ୍ରୟାଣ ଦିବସରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଭଦ୍ରକ ସହରରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ, ଭଦ୍ରକ ମହିଳା ମହାବିଦ୍ୟାଳୟ, ଜିଲ୍ଲାସ୍କୁଲ, ଚରମ୍ପା ହାଇସ୍କୁଲ, ଏନସି ହାଇସ୍କୁଲ, ବାଗୁରାଇ ହାଇସ୍କୁଲ, ଏସବିଡି ଇଣ୍ଟରନ୍ୟାସନାଲ୍ ସ୍କୁଲର ନାଭାଲ୍ ଉଇଙ୍ଗ୍‌ସର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ଏକ ଶୋଭାଯାତ୍ରାରେ କ୍ୟାଡେଟମାନେ ବାହାରି “ସ୍ୱଚ୍ଛତା ହିଁ ସେବା ” ଇତ୍ୟାଦି ସ୍ଲୋଗାନ୍ ଦେଇ ମହାବିଦ୍ୟାଳୟର ଆଖପାଖ ଅଞ୍ଚଳରେ ପରିକ୍ରମା କରିଥିଲେ। କମାଣ୍ଡିଙ୍ଗ୍ ଅଫିସର ପି. କେ.ବସକ୍‌, ସି.ପି.ଓ ମହମ୍ମଦ ଇଫଟେକାର୍ ଉଦିନ୍‌, ପି.ଓ. ବିସବେନ୍ଦ୍ର ସିଂ, ଏ.ନ.ଓ ଆରଏନ୍ ମହାନ୍ତି ଓ ତାପସ ରଞ୍ଜନ ଧଳ ପ୍ରମୁଖଙ୍କ ତତ୍ତ୍ୱାବଧାନରେ କ୍ୟାଡେଟମାନେ ମହାବିଦ୍ୟାଳୟ ପରିସରରେ ସଫେଇ କରିଥିଲେ। ସୂଚନାଯୋଗ୍ୟ, ଏହି କାର୍ଯ୍ୟକ୍ରମରେ ଭଦ୍ରକରେ ଚଳିତ ବର୍ଷ ଆରମ୍ଭ ହୋଇଛି ଏବଂ ପ୍ରତିବର୍ଷ ପାଳିତ ହେବ ବୋଲି ନାଭାଲ୍ ସେକେଣ୍ଡ ୟୁନିଟ ପକ୍ଷରୁ ସୂଚନା ଦିଆଯାଇଛି।