Odiapua.com

ନାବାଳିକା ବଳାତ୍କାରୀକୁ ୧୦ ବର୍ଷ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା

ଭଦ୍ରକ, ୧୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଅପରାହ୍ନ ୪ ଘଟିକା ସମୟରେ ଭଦ୍ରକର ଅତିରିକ୍ତ ଜିଲା ଦୌରାଜଜ୍ ତଥା ସ୍ୱତନ୍ତ୍ର ଅଦାଲତର ବିଚାରପତି ପ୍ରଣତି ସାହା ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତ ମାନସ କୁମାର ଯତି ଓରଫ ମଣ୍ଟୁକୁ ୧୦ ବର୍ଷ କାରାଦଣ୍ଡାଦେଶ ଓ ୧୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଗତ ୨୦୧୭ ଅକ୍ଟୋବର ୨୩ ତାରିଖ ସକାଳ ୧୦ ଘଟିକା ସମୟରେ ନାବାଳିକା ଜଣକ ତିହିଡି ସରକାରୀ ଉଚ୍ଚ ବିଦ୍ୟାଳୟକୁ ଯାଇ ସ୍ଥାନୀୟ କାଳୀପୂଜା ଚାଲିଥିବାରୁ ଠାକୁର ଦେଖି ଅସୁସ୍ଥ ମନେ କରିବାରୁ ତାର ସାଙ୍ଗ ଘରକୁ ଯାଇଥିଲା । କିଛି ସମୟ ପରେ ସେ ଫେରିବା ରାସ୍ତାରେ ଅଭିଯୁକ୍ତ ମାନସ ତାକୁ ଅଟକାଇ ‘ମୁଁ ତୋର ଭାଇଭଳି, ଆଜି ମୋର ଜନ୍ମଦିନ’ କହି ଦୁଇଗୋଟି ଚକ୍‌ଲେଟ୍ ଖାଇବାକୁ ଦେଇଥିଲା । ଚକ୍‌ଲେଟ୍ ଖାଇବା ପରେ ନାବାଳିକା ଜଣକର ମୁଣ୍ଡ ବୁଲାଇବାରୁ ତାକୁ ଟେକିନେଇ ଏକ ଘର ଭିତରେ ରଖି ବଳତ୍କାର କରିଥିଲା । ଏବଂ ଉକ୍ତ ବଳାତ୍କାରର ଭିଡିଓ ଭାଇରାଲ କରି ତାକୁ ଦେଖାଇଥିଲା । ଏହାଜାଣି ନାବାଳିକା ଜଣକ କାନ୍ଦିବାରୁ ତାଙ୍କୁ ୫ ଶହ ଟଙ୍କା ଯାଚିଥିବାବେଳେ ଝିଅଟି ତା’ ନନେଇ ଆସିବା ରାସ୍ତାରେ ଏକ ନାଳକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲା । ସ୍ଥାନୀୟ ଲୋକେ ଉଦ୍ଧାର କରି ତାର ପରିବାର ଲୋକକୁ ଖବର ଦେବା ପରେ ତାଙ୍କ ପିତା ତିହିଡି ଥାନାରେ ଅଭିଯୋଗ କରିଥିଲେ । ଫଳରେ ଥାନା କେଶ୍ ନଂ ୩୫୩. ତା ୨୩.୧୦.୧୭ ରିଖ ମୂଳେ ମାମଲା ରୁଜୁ ହେବା ପରେ ପୁଲିସ୍ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆଜି ମାନ୍ୟବର ବିଚାରପତି ଶ୍ରୀମତୀ ସାହା ଏହି ସ୍ପେଶାଲ କେଶ୍ (ପୋସ୍କୋ) ନଂ ୧୦୮ / ୨୦୧୭ ମୂଳେ ବିଚାର କରି ସମୁଦାୟ ୧୪ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ଅଭିଯୁକ୍ତକୁ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି । ଏହି ମାମଲାରେ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ରୀ ସରକାରୀ ଓକିଲ ମନୋରଂଜନ ଦାସ ପରିଚାଳନା କରିଥିଲେ ।