Odiapua.com

ନାବାଳିକା ଦୁଷ୍କର୍ମ ଅଭିଯୁକ୍ତ ଗିରଫ

ଭଦ୍ରକ, ୧୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ କୋଟସିରା ଗ୍ରାମର ଜନୈକ ନାବାଳିକାକୁ ଦୁଷ୍କର୍ମ କରିବା ମାମଲାର ଅଭିଯୁକ୍ତ ସନ୍ତୋଷ ଯେନା(୩୦)କୁ ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ଗତ ୯ ତାରିଖ ଦିନ ୧୨ଟା ସମୟରେ ସଂପୃକ୍ତ ନାବାଳିକା ଶୌଚ ପାଇଁ ପଡିଆକୁ ଯାଇଥିବା ସୁଯୋଗ ନେଇ ଅଭିଯୁକ୍ତ ଦୁଷ୍କର୍ମ କରିଥିଲା ବୋଲି ପୀଡିତା ଥାନାରେ ଅଭିଯୋଗ କରିଥିଲା । ଅଭିଯୋଗ ଆଧାରରେ ଥାନାରେ ୧୪୨/୨୩ନଂ ମାମଲା ଋଜୁ ହୋଇଥିଲା । ଗତ ସୋମବାର ରାତ୍ରରେ ବିଭିନ୍ନ ସ୍ଥାନରେ ଚଢାଉ କରି ପୁଲିସ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଥିଲା । ମଙ୍ଗଳବାର ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।